ବିପନ୍ନଙ୍କ ସ୍ଥିତି ବୁଝିଲେ ବିଧାୟକ

କେନ୍ଦ୍ରାପଡ଼ା – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମ ପଂଚାୟତରେ ବାତ୍ୟା ବିପନ୍ନଙ୍କ ସ୍ଥିତି କିପରି ରହିଛି ତାହା ବିଧାୟକ ଗଣେଶ୍ୱର ବେହେରା ରବିବାର ପଚାରି ବୁଝିଛନ୍ତି । ବାତ୍ୟା ସମୟରେ ପ୍ରଶାସନ ପକ୍ଷରୁ ଠିକ ଭାବେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମିଳିଥିଲା କି ନାହିଁ, ବାତ୍ୟା ଆଶ୍ରୟସ୍ଥଳରେ ସର୍ବନିମ୍ନ ସୁବିଧା ଥିଲା କି ନାହିଁ, ମହିଳାମାନେ ସ୍ୱାଭାବିକ ଭାବେ ଆଶ୍ରୟ ସ୍ଥଳରେ ଥିଲେ ନା ସେମାନଙ୍କର କିଛି ଅସୁବିଧା ହୋଇଥିଲା ତାହା ବିପନ୍ନଙ୍କ ଠାରୁ ପଚାରି ବୁଝିଥିଲେ । ବିପନ୍ନ ମାନଙ୍କ ଠାରୁ ସମସ୍ୟା ଶୁଣିବା ପରେ ବିଧାୟକ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ କିପରି କ୍ଷତି ପୂରଣ ମିଳିବ, ଭାଙ୍ଗିଥିବା କଚ୍ଚା ଘର ପାଇଁ କିପରି କ୍ଷତି ପୂରଣ ମିଳିବ ସେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ କଂସାର ସରପଂଚ ସରୋଜିନୀ ନାୟକ, ଯୁବନେତା ମନୋଜ କୁମାର ନାୟକ, ଆଦିକନ୍ଦ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଗଣେଶ୍ୱରା ନାୟକ, ରାଜେନ୍ଦ୍ର ବିଶ୍ୱାଳ, ଅରୁଣ ରାଉତ, ରାମଚନ୍ଦ୍ର ବେହେରା, ବିଷ୍ଣୁ ଚରଣ ସାହୁ, ବିଶ୍ୱଜିତ ଜେନା, ବବୁଲ ଜେନା, ରାଜା ପଣ୍ଡା, ପ୍ରଦୀପ ପରିଡ଼ା, ଗଜେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବିପନ୍ନ ମାନେ ଦୁଇଦିନ ଧରି ସରପଂଚଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ବେହେରା ସରପଞ୍ଚଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଧନ୍ୟବାଦ ଅର୍ପଣ କରିଛନ୍ତି ।