ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହେଉନି: ନାଳ ନର୍ଦ୍ଦମା ସଫା, ବଢୁଛି ମାଶାଙ୍କ ପ୍ରାଦୁର୍ଭାବ

 ଖୋର୍ଦ୍ଧା : ଖୋର୍ଦ୍ଧା ସହର ସରସ ସୁନ୍ଦର କରିବା ଆଶା ଲୋକଙ୍କ ମନରୁ ଭୁଲିଯିବାରେ ଲାଗିଛି । ପୂର୍ବରୁ ସହର ଯେମିଥିଳା ଆଜି ତାହାଠାରୁ ଅଧିକ ବିଗିଡି ଯାଇଥିବା ସାଧାରଣରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ପୌରଅଧିକାରୀ ଯେଉଁ ଦିନଠାରୁ ଖୋର୍ଦ୍ଧା ପୌରପରିଷଦର ଦାଇତ୍ୱ ଗ୍ରହଣ କଲେ ସେଇ ଦିନଠାରୁ ଖୋର୍ଦ୍ଧା ସହର ବିଗିଡିବାରେ ଲାଗିଛି । ନା ସହର ମଧ୍ୟରେ ପଡିଥିବା ଅଳିଆ ଉଠୁଛି କି ନାଳ ନର୍ଦ୍ଧମା ସଫା ହେଉଛି । କେବଳ ନେତାଙ୍କ ସହିତ ମିଶି ପୌରନିର୍ବାହୀ ଅଧିକାରୀ ରାଜନୀତି କରୁଥିବା ସାଧାରଣରେ ଆଲୋଚନା ହେଉଛି । ଯାହାର ପ୍ରମାଣ ଦେଖିବାକୁ ଗଲେ ସହର ମଧ୍ୟରେ ପ୍ରତ୍ୟକ ୱାର୍ଡ ମଧ୍ୟରେ ଦେଖିବାକୁ ମିଳୁଥିବା ବେଳେ, ସବୁଠାରୁ ସଙ୍କଟପର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଖୋର୍ଦ୍ଧା ନୁଆଁ ବସଷ୍ଟାଣ୍ଡ ମଧ୍ୟରେ ଥିବା ଶୌଚାଳୟ ପରିସର । ଏହି ଶୌଚାଳୟ ପରିସରକୁ ଦେଖିଲେ ସହଜରେ ବାରି ହେଉଛି ଯେ ଏଠାରେ ସ୍ୱର୍ଗକୁ ରାସ୍ତା ନିର୍ମାଣ କରିଛନ୍ତି ପୌର ନିର୍ବାହୀ ଅଧିକାରୀ । ଯେଉଁ ଲିକେ ଏହି ସୌଚାଳୟକୁ ବ୍ୟବହାର କରିବା ପାଇଁ ଯିବେ ସେହି ବ୍ୟକ୍ତି ବିଶେଷ ମାନେ ଡେଙ୍ଗୁ, ମେଲେରିଆ ଓ ଅନେକ ସଂକ୍ରମଣ ରୋଗରେ ପୀଡିତ ହୋଇ ସ୍ୱର୍ଗ ଯାତ୍ରା କରିବା ସମ୍ଭାବନା ଅଧିକ ରହିଛି । ପୌର ଅଧିକାରୀ ପ୍ରତି ମାସରେ ଲକ୍ଷାଧିକ ଅର୍ଥ ସହର ସଫେଇ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ବେଳେ, କିନ୍ତୁ ସହରର କେଉଁଠାରୁ ଅଳିଆ ଉଠୁନଥିବା ପୌରବାସୀ ଅଭିଯୋଗ କରିବାରେ ଲାଗିଛନ୍ତି । କିନ୍ତୁ ଦୁଃଖର ବିଷୟ ପୌରଅଧିକାରୀ କାହାରିକୁ ଖାତିର ନକରି ନିଜ ମନମୁତାବକ କାର୍ଯ୍ୟ କରୁଥିବା ବେଳେ, ଆବଶ୍ୟକ ସ୍ଥଳେ ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଉଥିବା ମଧ୍ୟ ଅନେକ ଥର ଅଭିଯୋଗ ହେଉଛି । ତେବେ କଥା ଉଠୁଛି ଜଣେ ଅଧିକାରୀ ତାଙ୍କ କର୍ତବ୍ୟକୁ ଭୁଲିଯାଇ ଏଠି ରାଜନୀତି କରୁଥିବା ପଛରେ କାହାର ପ୍ରୋତ୍ସାହନ ରହିଛି ତାକୁ ନେଇ ସହର ମଧ୍ୟରେ କଳ୍ପନା ଜଳ୍ପନା ଜାରି ରହିଛି । ପୌର ପରିଷଦ ମଧ୍ୟରେ ଯୁଆଡେ ଅଣାଇବେ ସେଇ ଆଡେ ଦେଖାଯିବ କୁଢ଼ କୁଢ଼ ଅଳିଆ । ବର୍ଷା ଜଳ ଡେରେନ ମଧ୍ୟରେ ନିଷ୍କାସନ ହେଉନଥିବା ହେତୁ ନାଳ ପାଣି ରାସ୍ତା ଉପରେ ଦୀର୍ଘ ଦିନ ଧରି ଜମି ରହୁଛି । ଏପରିକି ସହର ବାସିଙ୍କୁ ମଶା ଦାଉରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟକ ୱାର୍ଡ ମାନଙ୍କରେ ମାସ ମାରିବା ଧୂଆଁ ଛଡା ଯାଉନାହିଁ । କେବଳ ଡେଙ୍ଗୁ ପ୍ରତିରୋଧ ପୌର ଅଧିକାରୀ କାଗଜ ପାତ୍ରରେ ଚଳାଇଥିବା ଜଣାପଡୁଛି । ଖାଲି ଏହି ଶୌଚାଳୟ ସମୁଖଯେ ଯମ  ଯନ୍ତ୍ରଣା ପାଲଟିଛି ତାହା ନୁଁହ ବରଂ ବସଷ୍ଟାଣ୍ଡର ଅନ୍ୟ ପାର୍ଶ୍ୱକୁ ଦେଖିଲେ ଜଣ ପଡୁଛି ଏହିଠାରେ ପୌରପରିଷଦ  ଅଳିଆ ଡମ୍ପିଂୟାର୍ଡÿ କରିଥିବା ଭଳି ମନେ ହେଉଛି । ସୌଚାଳୟର ପରିସରରେ ଦୁଇ ଦୁଇଟି ରେଷ୍ଟୁରାଣ୍ଟ ରହିଥିବା ବେଳେ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟଫୁଡ ଦୋକାନ ରହିଛି । ତେବେ ସରକାର ଖାଦ୍ୟ ପେୟାକୁ ସ୍ୱଛ ଓ ସଫା ସୁତାର କରି ବା ସହିତ ନିମ୍ନମନର ବିକ୍ରି କରିବା ପାଇଁ ଦାଗିଦ କରୁଥିବା ବେଳେ ଯେଉଁ ସ୍ଥାନରେ ଲୋକେ ଖାଦ୍ୟ ଖାଉଛନ୍ତି ଏବଂ ଚଳ ପ୍ରଚଳ ହେଉଛନ୍ତି ସେହିପରି ସ୍ଥାନରେ ପୌରପରିଷଦ ସଫେଇ କାର୍ଯ୍ୟ କରୁ ନଥିବାରୁ ଲୋକେ ସଂକ୍ରମଣ ରୋଗରେ ପଡିବ ଆଶଙ୍କା ଅଧିକ ରହିଥିବା ଆଶଙ୍କା ବଢ଼ିବାରେ ଲାଗିଛି । ଜିଲ୍ଲାପ୍ରଶାସନ ପୌରପରିଷଦ କାର୍ଯ୍ୟ ନିର୍ବାହ କରିବା ନିମନ୍ତେ ଏକ ଦକ୍ଷ ଅଧିକାରୀ ପାଇଁ ଅଂଚଳବାସୀ ଦାବି କରିଛନ୍ତି ।