ବିପର୍ଯ୍ୟୟ  ପରିଚାଳନାକୁ ପ୍ରଶଂସା

 ଭୁବନେଶ୍ୱର : ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଏକ ୩ଜଣିଆ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତ କରିଛନ୍ତି  । ଏହି ପ୍ରତିନିଧିମାନେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ  ଉଚ୍ଚ ପ୍ରଶଂସା  କରିଛନ୍ତି  । ସେମାନେ ଓଡ଼ିଶା ଗସ୍ତ କରି ଓଡ଼ିଶାର ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ଗୋଷ୍ଠୀ ସହଯୋଗିତାରେ ବିପର୍ଯ୍ୟୟ ପରିଚାଳନା ଏବଂ ଜରୁରୀ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରୁଛନ୍ତି । ଏହି ଟିମ୍  ଲୋକସେବା ଭବନ ସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଏବଂ ଓସଡମାର ପରିଚାଳନା ନିଦେ୍ର୍ଦଶକଙ୍କ ସହିତ ଏକ ବୈଠକରେ ଯୋଗଦେଇ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।