ବିବେକାନନ୍ଦ  ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ

  ଖଇରା:  ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗରସଙ୍ଗ ସ୍ଥିତ ବିବେକାନନ୍ଦ ଆଦର୍ଶ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଶିବପ୍ରସାଦ ବଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସେବାନିବୃତ୍ତ ଅଧ୍ୟାପକ ଅକ୍ଷୟ କୁମାର ଖିଲାର, ରୋଟାରିଆନ ଭାସ୍କର ଚନ୍ଦ୍ର ପାଢୀ ମୁଖ୍ୟବକ୍ତା, କୃଷ୍ଣଚନ୍ଦ୍ର ଖିଲାର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରବାସ ରଞ୍ଜନ ନାୟକ, ପୂର୍ବତନ ରେୱେ ଅଧିକାରୀ ଅଭିମନୁ୍ୟ ବେହେରା, କମିଟି ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି, ସରପଞ୍ଚ ରାଜେନ୍ଦ୍ର ଦାସ, ସମ୍ପାଦକ ମଦନ ମୋହନ ଜେନା, ସିଆରସିସି ନରହରି ବେହେରା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ସନ୍ତୋଷ ସେଠୀ ସ୍ୱାଗତ ଭାଷଣ,  ହରେନ୍ଦ୍ର ଖିଲାର ବିବରଣୀ ପାଠ କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।