ବିଭିନ୍ନ ସ୍ଥାନରେ କାର୍ଗିଲ ବିଜୟ ଦିବସ
ସୋର : ସୋର ପୌର ପାଳିକା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କାରଗିଲ ବିଜୟ ସ୍ମୃତି ଦିବସ ପ୍ରଧାନ ଆଚାର୍ଯ୍ୟ ଖଗେଶ୍ୱର ସ୍ୱାଇଁଙ୍କ ପୌରୋହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରର ମୁଖ୍ୟବକ୍ତା ଭାବେ ପୂର୍ବତନ ବିଏସଏଫ କମାଣ୍ଡିଙ୍ଗ ଅଫିସର ସୁରେନ୍ଦ୍ର କୁମାର ବିଶ୍ୱାଳ, ମୁଖ୍ୟ ଅତିଥି ଭାବେ ମଧୁସୂଦନ ସ ଏବଂ ସମ୍ମାନିତ ଅତିଥି ବିଦ୍ୟାଳୟର କୋଷାଧ୍ୟକ୍ଷ ପ୍ରଭାସଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି କାରଗିଲ ବିଜୟର ସହିଦମାନଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଖଗେଶ୍ୱର ସ୍ୱାଇଁ ଦେଶ ପାଇଁ ଆତ୍ମସମର୍ପଣ କରିବାକୁ ଉଦ୍ବୋଧନ ଦେଇଥିଲେ । ଆଚାର୍ଯ୍ୟ ସଞ୍ଜୟ କୁମାର ପତି ଅତିଥି ପରିଚୟ ଏବଂ ଆଚାର୍ଯ୍ୟ ଡମ୍ବରୁଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ସମ୍ବଲପୁର ପକ୍ଷରୁ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଯବାନ ଗୋବର୍ଦ୍ଧନ ସାହୁ, ନାକଟିଦେଉଳ ଥାନାର ସହାୟକ ହୀରାଧର ବେହେରା, ସିଆଇ ହାବିଲଦାର ପ୍ରକାଶ ଚନ୍ଦ୍ର ବାରିକ, ସ୍ୱେଚ୍ଛାସେବୀ ପ୍ରଦୀପ କୁମାର ବିଶ୍ୱାଳ, ଅଧ୍ୟାପକ ଉମାକାନ୍ତ ବିଶ୍ୱାଳ ଯୋଗ ଦେଇ କାରଗିଲ ଯୁଦ୍ଧ ସମୟରେ ଦେଶ ପାଇଁ ବଳିଦାନ ଦେଇଥିବା ଶହିଦ ଯବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ସୁରକ୍ଷା ପାଇଁ ଆମେ ସମସ୍ତେ ଯନôବାନ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ ସାଗରିକା ଧଳ ପ୍ରଥମ, ମନୀଷା ବାନାର୍ଜୀ ଦିତୀୟ ଓ ବଂଶୀକା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ପୁରୁଷୋତ୍ତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ବଲାଙ୍ଗିର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହୁ୍ୟମାନ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଜୟ ଯବାନ ଜୟ କିସାନ ନାରା ଦେଇ ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପଞ୍ଚାୟତ କୁଟୁରାପାଳି ଗ୍ରାମର ଏକ ଚାଷୀଙ୍କ କ୍ଷେତରେ ଅନୁଷ୍ଠାନର ସଦସ୍ୟମାନେ ପଲ୍ହା ରୋପଣ କରି ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ବୁଲୁ ମହାକୁର, ଧିରୁ ଥନାପତି, ବୀରେନ୍ଦ୍ର ସାହୁ, ତପନ ଜାଲ, ବିକୁ ଦଳାଇ, ରଂଜିତ ପଧାନ, ଗୋପଳ ସାହୁ, ପ୍ରହଲ୍ଲାଦ ଖମାରି, କାଁହୁ ବଗର୍ତ୍ତି, ଶୁଭମ ସାହୁ, ଦିଲେଶ୍ୱର ସାହୁ, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବୁଗୁଡ଼ା: ସ୍ଥାନୀୟ କାରଗିଲ୍ ଶହୀଦ ସ୍ମୃତିପୀଠରେ ସେବାନିବୃତ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ୨୬ତମ କାରଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ୧୯୯୯ କାରଗିଲ୍ ଯୁଦ୍ଧରେ ଶହୀଦ ହୋଇ ଦେଶମାତୃକା ପାଇଁ ବିଜୟ ଆଣିଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ସାମୂହିକ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା । ସଂଘ ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ବିପ୍ରଚରଣ ପାଣିଗ୍ରାହୀ ପରିଚାଳନା କରିଥିଲେ । ଏଥିରେ ଅତିଥି ଭାବେ ମସô୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବାବେଳେ ସହସମ୍ପାଦକ ନିଳାଞ୍ଚଳ ଜେନା, ଚରଣ ପ୍ରଧାନ, ଦୁଃଖୀଶ୍ୟାମ ଜେନା ଓ ଗଙ୍ଗାଧର ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟ ଅବସରପ୍ରାପ୍ତସେନା କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ବରଗଡ: କାରଗିଲ ବିଜୟ ଦିବସ ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣୀୟ କରିବା ପାଇଁ ବରଗଡ଼ ଜିଲ୍ଲାର ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ୧୫୩ଟି ବୃକ୍ଷରୋପଣ କରିଛି ବରଗଡ ସାମ୍ବାଦିକ ସଂଘ । ଯାହାର ନାଁ ସଂଗ୍ରାମୀ ତିବନ ରଖାଯାଇଛି । ସଂଘର ସଭାପତି ସୁରେନ୍ଦ୍ର କୁମାର ହୋତାଙ୍କ ପୌରୋହିତ୍ୟରେ କେକ୍ କାଟି ତୃତୀୟ ବାର୍ଷିକୀ ସମାରୋହ ପାଳନ କରାଯାଇଛି । ଏଥିରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର, ଗୋବିନ୍ଦପୁର ସରପଞ୍ଚ ପ୍ରଫୁଲ୍ଲ ନାୟକ, ପୁରନ୍ଦର ଭୋସାଗରଙ୍କ ସମେତ ସ୍କୁଲଛାତ୍ରଛାତ୍ରୀମନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଶୋକ ମିଶ୍ର, ଉମେଶ ବିଶ୍ୱାଲ, ଦିପକ ଶର୍ମା, ପ୍ରବିଣ ସାହୁ, ରବିନାରାୟଣ ପଣ୍ଡା, ପ୍ରେମାନନ୍ଦ ଖମାରି, ବ୍ୟମୋକେଶ କର, ବିଜୟ କୁମାର ମିଶ୍ର, ଜି.ବି ରାଓ, ଲଲାଟେନ୍ଦୁ ଦାଶ, ବଦ୍ରିପ୍ରସାଦ ସାହୁ, ପ୍ରଦୀପ ପାଢୀ, ପ୍ରମୁଖ ଯୋଗଦାନ କରିଥିଲେ ।