ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ


ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଚାଟରାପାଟଣା ସ୍ଥିତ ପ୍ରାଚୀନ ପ୍ରସିଦ୍ଧ  ଶ୍ରୀ ରାଧାଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣ ଜନ୍ମୋସôବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିରକୁ ଆଲୋକମାଳାରେ ସଜା ଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋସôବରେ ସାମିଲ ହୋଇ ଶ୍ରୀଜୀଉଙ୍କ ଆଶୀର୍ବାଦ ନେଇଛନ୍ତି । ପ୍ରାତଃ ୪ଟାରୁ ମନ୍ଦିର ପହୁଡ ଖୋଲିଥିଲା । ନୀତିକାନ୍ତି କରାଯାଇ ଶ୍ରୀଜୀଉଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଜନ୍ମୋସôବ ଅବସରରେ ଭକ୍ତମାନଙ୍କୁ ଖିରିପିଠା ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ବୋଲି ମନ୍ଦିରର ଟ୍ରଷ୍ଟି ଇଂ.ମାନସ ମହାନ୍ତି ସୂଚନା ଦେଇଛନ୍ତି । ଟ୍ରଷ୍ଟ ବୋର୍ଡ ସଦସ୍ୟ ସୋମନାଥ ଦାସ, ନିରଞ୍ଜନ ସାହୁ, ପ୍ରଶାନ୍ତ ନାୟକ, ସନ୍ଦୀପ ମାନସିଂ, କାଉନସିଲର ରମେଶ ଚନ୍ଦ୍ର ଦାସ, ହିମାଂଶୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  
ପୁରୀ : ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀରେ ପୁରୀ ସିଦ୍ଧବକୁଳ ମଠରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀରାଧାକୃଷ୍ଣ ବେଶ କାର୍ଯ୍ୟକ୍ରମ । ମଠର ମଠାଧୀଶ ଶ୍ରୀନିବାସ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁଷମା ଦାସ ଯୋଗଦେଇଥିଲେ । ପ୍ରାରମ୍ଭରେ ରାଧାକୃଷ୍ଣ ବେଶ ହୋଇ ଆସିଥିବା ଶିଶୁମାନେ ବିଭିନ୍ନ ଭକ୍ତି ସଂଗୀତର ତାଳେତାଳେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । 
ଜଟଣୀ : ଜଟଣୀରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୀତାକାନ୍ତ ଶତପଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ପ୍ରସନ୍ନ କୁମାର ରଥ, ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଉପସ୍ଥିତ ଥିଲେ  । ବିଦ୍ୟାଳୟ ପରିସରରେ ଶ୍ରୀମଦ ଭଗବତ ଗୀତା ପାଠ ଓ ପୂଜନୋସôବ ସହ ୮୦ଜଣ ଶିଶୁ କୃଷ୍ଣ ଓ ରାଧା ବେଶଧାରୀ ଶିଶୁମାନେ ବିଭିନ୍ନ ନୃତ୍ୟ, ଅଭିନୟ କରି ଥିଲେ  । ସମସ୍ତଙ୍କୁ ପୁରସ୍କାର ଦିଆ ଯାଇଥିଲା  । ଏହି ଅବସରରେ ବେଦାନ୍ତ ପୁରୁଷ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ତିରୋଧାନ ଦିବସ ପରିପ୍ରେକ୍ଷୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା  ।