ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା

 ହିଞ୍ଜିଳିକାଟୁ: ମାଘ ମାସ ଶୁକ୍ଳ ପକ୍ଷ ବସନ୍ତ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା ସରସ୍ୱତୀ ଧରାବତରଣ କରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜିତ ହୋଇଛନ୍ତି । ରବିବାର ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳଗୁଡିକର ବିଭିନ୍ନ ସରକାରୀ ଓ ବେସରକାରୀ  ଶିକ୍ଷାନୁଷ୍ଠାନଗୁଡିକରେ ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ଉସôାହ ଓ ଉଦ୍ଧିପନାର ସହ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଶିକ୍ଷାର୍ଥୀମାନେ ନୂତନ ବସ୍ତ୍ର ପରିଧାନ କରି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ବହୁ ଶିକ୍ଷାନୁଷ୍ଠାନରେ କୋମଳମତି ଶିଶୁ ମାନଙ୍କୁ ସେମାନଙ୍କ ଅଭିଭାବକ ମାନେ ଶିକ୍ଷାନୁଷ୍ଠାନ ଗୁଡିକରେ ଖଡିଛୁଆଁ ସହ ଶିକ୍ଷା ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଥିଲେ  । ହିଞ୍ଜିଳିକାଟୁ ପୌରାଞ୍ଚଳର ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ,  ବେଲଗାଁ ବେଲେଶ୍ୱର ଉଚ୍ଚÿ ବିଦ୍ୟାଳୟ, ଗଣ୍ଡଳା ଗଣେଶ ବିଦ୍ୟାପିଠ, ଦୁର୍ବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କଞ୍ଚୁରୁ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟ ସମେତ ନିକଟବର୍ତ୍ତୀ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମହାଆଡମ୍ବର ସହକାରେ  ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଛି ।
ତାଳଚେର: ପବିତ୍ର ବସନ୍ତ ପଂଚମୀ ଅବସରରେ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମା ସରସ୍ୱତୀଙ୍କ ପୂଜା ସମାରୋହରେ ପାଳିତ ହୋଇଯାଇଛି  । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଗୁୁରଜୀ, ଗୁୁରୁମା ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ବିଦ୍ୟାଦାତ୍ରୀଙ୍କର ପୂଜାର୍ଚ୍ଚନା କରିଥିଲେ । ବିଷ୍ଣୁଚରଣ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉସôବରେ କର୍ତ୍ତା ଭାବରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ,ଗୁରୁମା ପୁଷ୍ପାଞ୍ଜଳୀ ଦେଇଥିଲେ  । 
ଆସିକା: ଆସିକା ର ବିଭିନ୍ନ ସ୍କୁଲ, କଲେଜ, ଟିଉସନ, ଅଫିସ ରେ ଧୁମଧାମରେ ପାଳନ କରାଯାଇଛି  । ଚଳିତ ବର୍ଷର ସରସ୍ୱତୀ ପୂଜା ଆଜି ପ୍ରାତଃ ସମୟରୁ ଛାତ୍ରଛାତ୍ରୀମାନେ ସ୍ନାନ କରି ପୂଜା ସାମଗ୍ରୀ ଧରି ବିଭିନ୍ନ ସ୍କୁଲରେ ପୂଜା ପାଉଥିବା ବିଦ୍ୟାଦାତ୍ରୀଙ୍କ ନିକଟରେ ପହଂଚି ପୂଜା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପୁଷ୍ପାଞ୍ଜଳି ଆଦି ପୂଜା କରାଯାଇଥିଲା । ସୁନ୍ଦର ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଆସିକା ସଂସ୍କୃତ ମହାବିଦ୍ୟାଳୟ ପରିସରରେ କଲେଜର ଅଧକ୍ଷ ଅଶ୍ୱିନୀ କୁମାର ଦାସଙ୍କ ପୌରହିତ୍ୟରେ ପଣ୍ଡିତ ସନାତନ ପଣ୍ଡା, କର୍ତ୍ତା ରୂପେ ବାବା ସାର ଯୋଗ ଦେଇ ପୂଜା କରୁଥିବା ବେଳେ କଲେଜର ଛାତ୍ରଛାତ୍ରୀ ମାନେ ମନ୍ତ୍ର ଉଚ୍ଚÿାରଣ କଲେଜ ପରିସରକୁ ଅଧାତ୍ମିକ ଆଣିଥିଲା  ।
ବଲାଙ୍ଗିର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗୀରରେ ମା ସରସ୍ୱତୀଙ୍କ ପୂଜା ତଥା ଶିଶୁବୋଧ ଶ୍ରେଣୀ ଶିଶୁଙ୍କ ବିଦ୍ୟାରମ୍ଭ ସଂସ୍କାର ଜଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଆ,ବାପା, ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା କମିଟିର କର୍ମ କର୍ତ୍ତା ଓ ଶିଶୁ ଭାଇ ଭଉଣୀ ଏକ ଗ୍ରନ୍ଥ ଶୋଭାଯାତ୍ରାରେ ଶାନ୍ତିପଡା ସ୍ଥିତ ଶିବମନ୍ଦିରରୁ ବାହାରି ନଗର ପରିକ୍ରମା ପୂର୍ବକ  ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସପନôୀକ ତଥା ଶିଶୁ ବାଟିକା ପ୍ରମୁଖ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା, ପରିଚାଳନା କମିଟିର କର୍ମକର୍ତ୍ତା ଅଭିଭାବକଙ୍କ ସହଯୋଗରେ ଶିଶୁଙ୍କ ପାଦ ଧୋଇ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ । ଜଜ୍ଞ ଅନୁଷ୍ଠାନ କରାଯାଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା । ପରିଚାଳନା କମିଟିର ସଭାପତି ତ୍ରିବିକ୍ରମ ଦାଶଙ୍କ ଦ୍ୱାରା ମୈତ୍ରୀ ପତ୍ରିକାର ଉନ୍ମୋଚନ ହୋଇଥିଲା । 
ବୁଗୁଡ଼ା: ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତ୍ରୀ ମାକ୍ଷ ସରସ୍ୱତୀଙ୍କ ପୂଜା ଉସôବ ଅନୁଷ୍ଠିତ ହୋଇଥିଲା  । ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ସାଇ ସରସ୍ୱତୀ ଶିଶୁ ମନ୍ଦିର, ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ, ଶୋଭନୀୟ ପବ୍ଲିକ୍ ସ୍କୁଲ୍, ପିପୁଲ୍ସ ହାଇସ୍କୁଲ, ଶ୍ରୀବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଦ୍ଧଗିରି ବିଦ୍ୟାପୀଠ, ପିପୁଲ୍ସ କଲେଜ,  ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା ବାଗଦେବୀଙ୍କ ପୂଜା ଉସôବ ପାଳିତ ହୋଇଥିଲା । ଏ ଅବସରରେ କେତେକ ବିଦ୍ୟାଳୟରେ ନୂତନ ଶିଶୁଙ୍କ ବିଦ୍ୟାରମ୍ଭ ହୋଇଥିଲା  ।