ବିରାଟ ଖାଲରୁ ଗାଈ ଉଦ୍ଧାର

 ବାରଙ୍ଗ: ଗୋଡିସାହି ଫାଣ୍ଡି ଅନ୍ତର୍ଗତ କାଳିଆ ଶୁଣି ମନ୍ଦିର ନିକଟରେ ଏକ ବିରାଟ ଖାଲ ଭିତରୁ ଗୋଟିଏ ଗାଈକୁ ବାରଙ୍ଗ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର କାଳିଆ ଶୁଣି ମନ୍ଦିର ନିକଟରେ ଥିବା ମୋରମ ଖାଲ ଭିତରେ ଗାଈଟି ଖସିପଡ଼ି ଥିଲା । ସ୍ଥାନୀୟ ଲୋକମାନେ ଦେଖି ବାରଙ୍ଗ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଅଧିକାରୀ ଭୀମସେନ ଲେଙ୍କାଙ୍କ ନେତୃତ୍ୱରେ ଏକ ୬ଜଣିଆ ଦଳ ଆସି ମୋରମ ଖାଲ ଭିତରୁ ଗାଈଟିକୁ ଉଦ୍ଧାର କରିଥିଲେ ।