ବିଲ୍ ନପାଇ କାର୍ଯ୍ୟବାହକ ଅସନ୍ତୋଷ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ବିଲ୍ ନ ପାଇ କାର୍ଯ୍ୟବାହକ ହତାଶ ହୋଇପଡିଛନ୍ତି । ରାଜ୍ୟ ସରକାର ଜିଲ୍ଲା ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବକେୟା ବିଲ୍ ପ୍ରଦାନ କରିବାଜୁ ଅନୁରୋଧ କରିଛନ୍ତି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୂଳବସନ୍ତ ପଂଚାୟତରେ ରାଜ୍ୟ ଅର୍ଥ କମିଶନ ୪ର୍ଥ ସ୍କିମରେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ତକôାଳୀନ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପରାମର୍ଶରେ ବଡମୂଳବସନ୍ତ ପଂଚାୟତ ଉନ୍ନତିକରଣ ୨ଲକ୍ଷ ଟଙ୍କା, ଇଛାପୁର ଗ୍ରାମ ଠାକୁରାଣୀ ପୋଖରୀ ପଙ୍କ ଉଦ୍ଧାର ଓ ଘାଟ ନିର୍ମାଣ ୨ଲକ୍ଷ ଟଙ୍କା (ପ୍ରଶାନ୍ତ ଡାକୁଆ), ନସିପୁର ଗ୍ରାମ ଦଣ୍ଡା ପୋଖରୀ ପଙ୍କଉଦ୍ଧାର ଓ ଘାଟ ନିର୍ମାଣ ୨ଲକ୍ଷ ଟଙ୍କା ( ନାରାୟଣ ପରିଡା ), ନସିପୁର ଗ୍ରାମ ୱାର୍ଡ ନଂ ୫ ଠାକୁରାଣୀ ପୋଖରୀ ପଙ୍କ ଉଦ୍ଧାର ଓ ଘାଟ ନିର୍ମାଣ ୨ଲକ୍ଷ ଟଙ୍କା ( ବିଭୁ ପ୍ରସାଦ ପରିଡା) ଏବଂ ୨୦୧୮- ୧୯ ଆର୍ଥିକବର୍ଷରେ ବଡ଼ମୂଳବସନ୍ତ ପଂଚାୟତର ନପଙ୍ଗ ଶ୍ମଶାନ ପୋଖରୀ ପଙ୍କ ଉଦ୍ଧାର ଓ ଗାଧୁଆ ଘାଟ ନିର୍ମାଣ ୨ ଲକ୍ଷ ୫୦ ହଜାର ଟଙ୍କା ( ଅଜୟ ପଣ୍ଡା ), ସାନମୂଳବସନ୍ତ ଗ୍ରାମ ସ୍ମଶାନ ପୋଖରୀ ଖନନ ଓ ଘାଟ ନିର୍ମାଣ ୨ ଲକ୍ଷ ୫୦ ହଜାର ଟଙ୍କା ( ଧନେଶ୍ୱର ସେଠୀ ଏବଂ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ସାନମୂଳବସନ୍ତ ବଡ଼ପୋଖରୀ ପଙ୍କ ଉଦ୍ଧାର ୧୦ ଲକ୍ଷ ଟଙ୍କା ( ବୈକୁଣ୍ଠ ସେଠୀ) ଆଦି କାର୍ଯ୍ୟବାହକମାନେ ବଡ଼ମୂଳବସନ୍ତ ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସରକାରୀ ପ୍ରକଳ୍ପ ନିର୍ମାଣ କରି ବର୍ଷ ବର୍ଷ ଧରି ବିଲ୍ ନ ପାଇ ହତାଶ ହୋଇପଡିଛନ୍ତି । ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଏହି କାର୍ଯ୍ୟବାହକମାନେ ତକôାଳୀନ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପରାମର୍ଶରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ବିଲ୍ ନ ପାଇ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ଚରମ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜର ପ୍ରାପ୍ୟ ପାଇବା ପାଇ ଜିଲ୍ଲା ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇପଡିଛନ୍ତି । ରାଜ୍ୟ ସରକାର, ଜିଲ୍ଲା ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବକେୟା ବିଲ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।