ବିଶ୍ୱଙ୍କ ପାଇଁ ୧୦ପଞ୍ଚାୟତ ପ୍ରତିନିଧିଙ୍କୁ ଏକାଠି କଲେ ଜିତୁ
ବରୀ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ବିଶ୍ୱରଞ୍ଜନ ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଆଗକୁ ଆସିଛନ୍ତି । ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବିଶ୍ୱଙ୍କ ପରାଜୟ ପଛରେ ପ୍ରଣବଙ୍କ ହିଁ ଗୋଟି ଚାଳନା କାର୍ଯ୍ୟ କରିଥିଲା । ପ୍ରଣବ ବା ଜିତୁ ବିଜେଡ଼ି ପ୍ରାର୍ଥୀ ସୁନନ୍ଦା ଦାସଙ୍କୁ ବିଜୟୀ କରିବାର ମଙ୍ଗଧରି ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତରେ ଥିବା ରସୁଲପୁର ବ୍ଲକର ୧୦ଗୋଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ ମିଳିବାରେ ସଫଳ ଗୋଟି ଚାଳନା କରିଥିଲେ । ବିଶ୍ୱ ପରାଜୟ ପାଇଁ ୧୦ପଞ୍ଚାୟତର ଭୂମିକା ଗୁରୁତ୍ୱ ରହିଥିବାରୁ ଜିତୁ ଆରମ୍ଭରୁ ହିଁ ପଞ୍ଚାୟତ ପ୍ରତିନିଧିଙ୍କୁ ଏକାଠି କରି ଦଳୀୟ ପ୍ରାର୍ଥୀଙ୍କୁ ବହୁ ମାତ୍ରାରେ ସମର୍ଥନ ସହ ବିଜୟ ଲାଭ କରିବା ନେଇ ପଞ୍ଚାୟତ ପ୍ରତିନିଧିଙ୍କୁ ଆଇଟିଆଇରେ ଏକାଠି କରିଥିଲେ । ରାଜନୈତିକ ବୈଠକରେ ବିଶ୍ୱରଂଜନ ମଲ୍ଲିକଙ୍କ ସମେତ ରସୁଲପୁର ବ୍ଲକ ଅଧିନରେ ଥିବା ୧୦ଗୋଟିର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ରସୁଲପୁର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି, ବରୀ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯୋଗ ଦେଇଥିଲେ । ଏଥି ସହିତ ଯାଜପୁର ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଉପସ୍ଥିତ ରହି ସମସ୍ତ ପ୍ରତିନିଧି ମାନଙ୍କୁ ବିଜେଡି କିପରି ଏହି ୧୦ଗୋଟି ପଞ୍ଚାୟତରେ ୨୦୧୯ ନିର୍ବାଚନ ଅପେକ୍ଷା ଆହୁରି ଭଲ ପଦର୍ଶନ କରିବ ସେ ନେଇ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଗୁରୁମନ୍ତ୍ର ଦେଇଥିଲେ । ବୈଠକରେ ବରୀ ନିର୍ବାଚନ ମଣ୍ଡଳୀ ଓ ରସୁଲପୁର ବ୍ଲକ ବିଜୁ ଜନତା ଦଳର ବହୁ ଛାମୁଆ ନେତା ଓ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।