ବିସ୍ଥାପିତଙ୍କୁ ଆଗ ଥଇଥାନ, ନହେଲେ ରାସ୍ତାରୋକ : ସିପିଆଇଏମ

 ନୀଳଗିରି : ନୀଳଗିରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ନୀଳଗିରି ସିପିଆଇ (ଏମ) ଦଳ । ସ୍ଥାନୀୟ ପ୍ରଶାସନର ମେରି ରାୟ ନୀତିକୁ ସହଜରେ ଗ୍ରହଣ କରିପାରୁ ନାହିଁ ଦଳ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ଗତ ୩ ବର୍ଷ ଧରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଲକ୍ ପାଖ ଦୋକାନ, ତହସିଲ ପାଖ ଦୋକାନଗୁଡ଼ିକୁ ରାସ୍ତା ପ୍ରଶସ୍ତି କରଣ ଓ ସହର ସୁନ୍ଦର କରଣ ପାଇଁ ପାଖା ପାଖି ଦୁଇ ଶହରୁ ଅଧିକ ଦୋକାନୀ ବିସ୍ଥାପିତ ହୋଇଥିଲେ । ସେତେବେଳେ ୨/୩ ମାସ ଭିତରେ ବିସ୍ଥାପିତଙ୍କୁ ନୂତନ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ମାତ୍ର କାର୍ଯ୍ୟ କ୍ଷେତ୍ରରେ ସୁନ । ଅନେକ ଦୋକାନୀ ଆଜି ବି ବେସାହାରା ହୋଇ ପରିବାର ଭରଣ ପୋଷଣ କରିବାରେ ଅନେକ ଅସୁବିଧାରେ ପଡ଼ିଛନ୍ତି । ପର ଘରେ ମୂଲ ଲାଗି ଜୀବନ କାଟୁଥିବାର ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ପ୍ରକାଶ କରିଛନ୍ତି । ଏବେ ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ଗା ମଣ୍ଡପ ଠାରୁ ମେଡିକାଲ ପର୍ଯ୍ୟନ୍ତ ଦୋକାନୀଙ୍କୁ ବିସ୍ଥାପିତ କରାଯାଇଥିବା ବେଳେ ସେମାନଙ୍କୁ ଥାଇଥନ୍ କରାଯାଇନଥିବାର ପ୍ରେସମିଟରେ ପ୍ରକାଶ କରିଛନ୍ତି । ଆଗ ଥାଇଥାନ୍ ପରେ ବିସ୍ଥାପିତ ବୋଲି ଦଳର ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟ ବିଜୟ ପାତ୍ର ପ୍ରକାଶ କରିଛନ୍ତି । ଜରୁରୀକାଳୀନ ଭିର୍ତ୍ତିରେ ଯେପରି ସବୁ ଦୋକାନକୁ ଭାଙ୍ଗି ଦିଆଗଲା ସେପରି ୧ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବି କରିଛନ୍ତି । ପୂର୍ବରୁ ପ୍ରିୟାପ୍ରୀତି ମଧ୍ୟରେ ଅନେକ ଦୋକାନ ଘର ହାତେଇ ଥିବାବେଳେ କିଛି ଏନ୍ଏସି କର୍ମଚାରୀ ମଧ୍ୟ ଦୋକାନ ଘର ନେଇଥିବାର ଘଟଣା ତଦନ୍ତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦାବି କରାଯାଇଛି । ଯଦି ଏସବୁ ସଠିକ୍ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ ନ ହୁଅ, ତେବେ ଆସନ୍ତା ୧ ମାସ ମଧ୍ୟରେ ରାସ୍ତାରୋକ କରାଯିବ ବୋଲି ପ୍ରେସମିଟରେ ପ୍ରକାଶ କରିଛନ୍ତି  ।