ବିସ୍ଥାପିତଙ୍କ ସହ ଆଲୋଚନା କଲେ ପ୍ରମୋଦ
କେନ୍ଦ୍ରାପଡା : ଜିଲ୍ଲା କାର୍ଯ୍ୟାଳୟ ଆଗରେ ୮ଦିନ ହେଲା ଅହୋରାତ୍ର ଧାରଣା ଦେଉଥିବା ବଗପାଟିଆ ବିସ୍ଥାପିତ ଧାରଣାକାରୀଙ୍କ ସହ କ୍ରେଡିଟ୍ କୋଅପରେଟିଭ ସୋସାଇଟ ସଭାପତି, ସମାଜସେବୀ ପ୍ରମୋଦ ସାହୁ ଆଲେଚନା କରିଛନ୍ତି । ଶ୍ରୀ ସାହୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ସ୍ଥଳରେ ପହଁଚି ଧାରଣା ଦେଉଥିବା ୪୦ରୁ ଊଦ୍ଧ୍ୱର୍ ମହିଳା ଓ ବୟସ୍କ ନାଗରିକଙ୍କ ସହ ଅଲୋଚନା କରି ସମବେଦନା ଜଣାଇଥିଲେ । ଆବାହକ ଡ. ଧରଣୀଧର ରାଉତଙ୍କ ସମେତ ଅନ୍ୟ ଧାରଣାକାରୀ ଏହି ଧାରଣାର ବାସ୍ତବିକତା ସମ୍ପର୍କରେ ଓ କୋର୍ଟଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ହେଉ ନଥିବା ପ୍ରସଙ୍ଗରେ ପଟା ନ ମିଳିବା ଘଟଣା ଉପରେ ପୁଙ୍ଖାନୁ ପୁଙ୍ଖ ଆଲେଚନା କରିଥିଲେ । ଏହି ବିସ୍ତାପିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ୫ ବର୍ଷ ତଳୁ ଜମି ଚିହ୍ନଟ କରାଯାଇ ଥିଲେ ମଧ୍ୟ ସେହି ଜମିର କୌଣସି କାଗଜପତ୍ର ପ୍ରଦାନ କରାଯାଉନଥିବାରୁ ଏହି ବିସ୍ତାପିତମାନେ ମାନସିକ ଯନ୍ତ୍ରଣାରେ ୮ଦିନ ହେଲା ବସି ରହିଛନ୍ତି । ଶ୍ରୀ ସାହୁ ସମସ୍ତ ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।