ବୃଦ୍ଧି ପାଇଲା ଓଟିଇଟି ଆବେଦନ ତାରିଖ 

ବୃଦ୍ଧି ପାଇଲା ଓଟିଇଟି ଆବେଦନ ତାରିଖ 

କଟକ : ବଢ଼ିଲା ଓଟିଇଟି ଆବେଦନ ତାରିଖ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ଆବେଦନ ଅବଧି ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି । ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ । ପୂର୍ବରୁ ନଭେମ୍ବର ୨୫ ତାରିଖ ଯାଏ ଆବେଦନର ଅବଧି ରହିଥିଲା; କିନ୍ତୁ ୱେବସାଇଟ୍‌ରେ ତ୍ରୁଟି ଦେଖିବାକୁ ମିଳିଥିଲା । ଆଶାୟୀମାନେ ଆବେଦନ କରୁଥିଲେ ମଧ୍ୟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହୁଥିଲା । ଏପରିକି ୱେବସାଇଟ୍‌ ଖୋଲୁନଥିଲା ।  ଏହାଫଳରେ ଆବଦନକାରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଅବଧି ବୃଦ୍ଧି କରିଛନ୍ତି ।

     

     ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୧୭ରେ ଓଟିିଇଟି ଅନୁଷ୍ଠିତ ହେବ । ପୂର୍ବାହ୍ଣ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୨ ଟାରୁ ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ପେପର-୨ ଆଶାୟୀ ପରୀକ୍ଷା ଦେବେ । ଏଥ ôନିମନ୍ତେ ଫର୍ମ ପୂରଣ ପ୍ରକ୍ରିୟା ଗତ ନଭେମ୍ବର ୧୨ ରୁ ଆରମ୍ଭ ହୋଇଛି ।