ବେଆଇନ ମାଟି ଉଠାଣକୁ ବିରୋଧ
ବାଲିଅନ୍ତା : ଗଡଭିଙ୍ଗାରପୁର ଗ୍ରାମରେ ବହୁଦିନ ଧରି ମାଟି ମାଫିଆ ମାନେ ମାଟି ଚୋରି କରି ଏକର ଏକର ଜମିରୁ ମାଟି ତାଡ଼ି ନେଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ମଧ୍ୟରାତି୍ରରେ ମାଟିମାଫିଆ ହାଇୱ୍ୱା, ଜେସିବି ଦ୍ୱାରା ମାଟି ଲୁଟ କରୁଛନ୍ତି କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନାହିଁ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗ୍ରାମବାସୀଙ୍କ ଗୁହାରୀ କେହି ଶୁଣୁନାହାଁନ୍ତି । ଗତକାଲି ମଧ୍ୟରାତି୍ରରେ ମଧ୍ୟ ମାଟି ମାଫିଆ ମାନେ ୧୨ଟି ହ୍ୱାଇବା, ୩ଟି ଜେସିବି ସାହାଯ୍ୟରେ ମାଟି ଲୁଟ୍ କରୁଥିବା ଗ୍ରାମବାସୀ ଜାଣିବା ପରେ ସେଠାକୁ ଯାଇ ବିରୋଧ କରିଥିଲେ । ମାଟି ମାଫିଆଙ୍କ ମଧ୍ୟରୁ ୧୭ଜଣ ଫେରାର ହୋଇଥିବା ବେଳେ ୩ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ଗ୍ରାମବାସୀଙ୍କ ବିରୋଧ କାର୍ଯ୍ୟକୁ ନାପସନ୍ଦ କରି ବାଲି ମାଫିଆମାନେ ଗ୍ରାମବାସୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଗୋଳାବାରୁଦ ପକାଇ ଜାଳିଦେବୁ ଏବଂ ଗ୍ରାମର ପିଲାମାନଙ୍କୁ ବାହାରେ ଦେଖିଲେ ହାଣିଦେବୁ ବୋଲି ଧମକ ଦେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।