ୟୁକୋ ବ୍ୟାଙ୍କରେ ପାଳନ ହେଲାନି ସ୍ୱାଧୀନତା ଦିବସ

  ଆନନ୍ଦପୁର:  ସାରା ଦେଶ ଚଳିତ ବର୍ଷ ବେଶ ଧୂମଧାମରେ ୭୯ ତମ ସ୍ୱାଧୀନତା ଦିବସ ପାଳନ କରିଥିବାବେଳେ ଏହାର ବିପରୀତ ଦେଖିବାକୁ ମିଳିଛି ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଘସିପୁରା ୟୁକୋ ବ୍ୟାଙ୍କରେ  । ପ୍ରତିବର୍ଷ ଏହି ବ୍ୟାଙ୍କ ସ୍ୱାଧୀନତା ଦିବସ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯାଇ ନାହିଁ  । ଏହା ଏକ ଜାତୀୟ ପର୍ବ ହୋଇଥିବାବେଳେ ସାରା ଭାରତ ବର୍ଷରେ ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ  । ମାତ୍ର ଅର୍ଥ ନେଣ ଦେଣ ପରି ଏକ ଆର୍ଥିକ ଲାଭଦାୟକ ୟୁକୋ ବ୍ୟାଙ୍କ ସ୍ୱାଧୀନତା ଦିବସକୁ ହେୟ ମନେକରି ପାଳନ ନକରିବା ନିହାତି ଅକ୍ଷମଣୀୟ ଅପରାଧ  । ତେବେ କେଉଁ କାରଣ ପାଇଁ ସ୍ୱାଧୀନତା ଦିବସ ପାଳନ କରାଗଲାନାହିଁ ବୋଲି ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରୁ ସେ ଏହାକୁ ଏଡାଇ ଯାଇଥିଲେ  । ତେବେ ଉପଜିଲ୍ଲାପାଳ ଏନେଇ ୟୁକୋ ବ୍ୟାଙ୍କ ପରିଚାଳକଙ୍କୁ କେଉଁ କାରଣ ପାଇଁ ସମ୍ପୃକ୍ତ ବ୍ୟାଙ୍କ ପରିଚାଳକ ସ୍ୱାଧୀନତା ଦିବସ ପାଳନ କଲେନାହିଁ ବୋଲି କୈଫତ ତଲବ କରି ଦୋଷୀଙ୍କ ଉପରେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି  ।