ବନ୍ୟା ପୀଡ଼ିତଙ୍କୁ ରିଲିଫ ସହାୟତା

 ରାଜକନିକା : ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଅଧୀନସ୍ଥ ନୂଆଗାଁ ଗ୍ରାମର ବିଘ୍ନେଶ୍ୱର ଯୁବକ ସଂଘର ପକ୍ଷରୁ ବନ୍ୟା ପୀଡିତାଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ସୂଚନା ମୁତାବକ ନୂଆଗାଁ ବିଘ୍ନେଶ୍ୱର ଯୁବକ ସଂଘର ସଦସ୍ୟମାନେ ନିଜ ଜୀବନକୁ ବାଜି ଲଗାଇ ବନ୍ୟା ଘେରରେ ରହିଥିବା ଆଳି ବ୍ଲକ ଅଧୀନସ୍ଥ ଦଇତାରୀପୁର, ଶାସନ ଏବଂ ପଦିନିପାଳ ଗ୍ରାମର ଜଳବନ୍ଦୀ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପାନୀୟଜଳ ବଣ୍ଟନ କରିଥିଲେ । ଏପରିକି ଯେଉଁ ଅଞ୍ଚଳକୁ ବନ୍ୟାଜଳ ଦ୍ୱାରା ଯାତାୟାତର ସୁବିଧା ନାହିଁ ସେଠାକୁ ଯିବାକୁ କଦଳୀ ଗଛକୁ କାଟି ଭେଳା ତିଆରି କରି ସେ ଅଞ୍ଚଳର ଲୋକ ମାନଙ୍କ ପାଖରେ ପହଞ୍ଚିଥିଲେ । ଯୁବକ ସଂଘର ସଦସ୍ୟ ଅରୂପ, ପ୍ରଦୀପରଞ୍ଜନ, ନାରାୟଣ, ପ୍ରଭାତ, ଭାଗିରଥି, ଶ୍ରୀକାନ୍ତ, ପ୍ରତାପ,ସ୍ମୃତିରଞ୍ଜନ ନକୁଳ ଚରଣ ସେଠୀ ଓ ଶ୍ରୀନାଥ ସେଠୀ ପ୍ରମୁଖଙ୍କ ତତ୍ତତ୍ୱାବଧାନରେ ଉକ୍ତ ରିଲିଫ ବଣ୍ଟନ କାର୍ଯ୍ୟ ସମ୍ପାଦନ ହୋଇଥିଲା ।