ବେତନଟୀ ଧମାକା ମହୋତ୍ସବ

 ବେତନଟୀ: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେତନଟୀର ଅଗ୍ରଣୀ ସଂଗଠନ ୟଙ୍ଗ ମ୍ୟାନ ଆସୋସିଏସନ୍ ପାଳିଛି ବେତନଟୀ ଧମାକା ମହୋତ୍ସବ ।ଏହି ଉତ୍ସବକୁ ବେତନଟୀ ବ୍ଲକ ଚେୟାରମ୍ୟାନ କୌଶଲ୍ୟା ମାଝୀ, ଜିଲ୍ଲା  ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ ଅନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ସେମାନଙ୍କ ସହିତ ୟଙ୍ଗ ମ୍ୟାନ ଆସୋସିଏସନର ଚେୟାରମ୍ୟାନ ପ୍ରଦୀପ କୁମାର ସାମଲ, ଭାଇସ ଚେୟାରମ୍ୟାନ ପ୍ରମୋଦ କୁମାର ପାଢ଼ୀ, ସଭାପତି ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ରାତ୍ରିରେ କୁନି କୁନି ପିଲାଙ୍କୁ ନେଇ ବେବି ଡଲ, ବେବି ପ୍ରିନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା । ଏବଂ ନୂତନ ବର୍ଷ ପାଳନ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବଦାନ୍ୟ ବ୍ୟକ୍ତିମାନେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିଲେ । ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଉତ୍ସବ ୩ ଦିନ ଧରି ଚାଲିବ ବୋଲି ଉପସଭାପତି ସୁଶାନ୍ତ କୁମାର ବଳା ପରିପ୍ରକାଶ କରିଛନ୍ତି ।