ବେଦଶାସ୍ତ୍ର ପାଠଶାଳାରେ ଗଣେଶ ଚତୁର୍ଥୀ ମହୋତ୍ସବ 

 ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ଅଧିନ ନଟବରପୁର ଶାସନ ଗ୍ରାମସ୍ଥିତ ବେଦଶାସ୍ତ୍ର ପାଠଶାଳାରେ ଗଣେଶ ଚତୁର୍ଥୀ ମହୋତ୍ସବ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନ ଉଜ୍ଜୟିନୀର ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ଗୁରୁଶିଷ୍ୟ ପରମ୍ପରା ଆର୍ଥିକ ଅନୁଦାନରେ ବୈଦିକ ସଂସ୍କୃତି ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଏହି ବେଦଶାସ୍ତ୍ର ପାଠଶାଳା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବୈଦିକ ସଂସ୍କୃତି ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସାହିତ୍ୟ, ସଂସ୍କୃତି ସଙ୍କାୟ ଅଧ୍ୟକ୍ଷ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରଫେସର ରମାକାନ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତିରେ ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କର ମହତ୍ତ୍ୱ ସଂର୍ପକରେ ଆଲୋକପାତ କରିଥିଲେ  । କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଦାଶ ଓ ସଦସ୍ୟ  ବିମ୍ବାଧର ଆଚାର୍ଯ୍ୟ ଶ୍ରୀଗଣେଶଙ୍କ ମୂର୍ତ୍ତି ପ୍ରତିଷ୍ଠା ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ପାଠଶାଳାର ମୁଖ୍ୟଅଧ୍ୟାପକ ସତ୍ୟବାନ୍ ଦାଶ ବିଦ୍ୟାର୍ଥୀମାନଙ୍କ ଗହଣରେ ବେଦ ପାଠ କରିଥିଲେ । ଉପସଭାପତି ବିନାୟକ ନନ୍ଦ, ସଚିବ ଶିବ ନାରାୟଣ ଆଚାର୍ଯ୍ୟ, ଆବାହକ ରମେଶ ଚନ୍ଦ୍ର ଆଚାର୍ଯ୍ୟ, ଛାତ୍ରାବାସ ସଂରକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ, ରାମଚଣ୍ଡୀ ହାଇସ୍କୁଲର ପ୍ରଧାନଶିକ୍ଷକ ଦାଶରଥି ଜେନା, ସଞ୍ଜୟ କୁମାର ନନ୍ଦ, ବିଜୟକୁମାର ସାମଲ, ସଂସ୍କୃତ ଶିକ୍ଷକ ଭଗବାନ ବେହେରା, ସିଆରସିସି ଗଜପତି ବିଶ୍ୱାଳ, ପୁରୀ ଉଦ୍ୟାନ ବିଭାଗ ଅଧିକାରୀ ସମ୍ବିତ୍ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।