ବେଦାନ୍ତ ଆଲୁମିନିୟମରେ ପରିବାର ଦିବସ

 ଝାରସୁଗୁଡା  : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନ କାରୀ ବେଦାନ୍ତ ଆଲୁମିନିୟମ୍,'ଗର୍ବିତ ପିତା ମାତା' (ପ୍ରାଉଡ୍ ପେରେଣ୍ଟସ) ଆୟୋଜନ କରି ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରିଛି,  ଯାହା ଏହାର କର୍ମଚାରୀଙ୍କ ପିତାମାତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ । ଏହି ପଦକ୍ଷେପର ଉଦେ୍ଦଶ୍ୟ ହେଉଛି ସେମାନଙ୍କୁ ଝାରସୁଗୁଡ଼ାରେ ଏହାର ମେଗା ଆଲୁମିନିୟମ କାରଖାନାର ପ୍ରଥମ ଅଭିଜ୍ଞତା ପ୍ରଦାନ କରିବା ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଏକ ପରିବାର କୈନ୍ଦ୍ରିକ ସଂସ୍କୃତିକୁ ପ୍ରୋସôାହିତ କରିବା । ଚଳିତ ବର୍ଷ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ବିଷୟ ବସ୍ତୁ-"ସ୍ଥାୟୀ ବିକାଶ ପାଇଁ ପରିବାର-ଭିତ୍ତିକ ନୀତି"କୁ ଧ୍ୟାନରେ ରଖି, କମ୍ପାନୀର ପରିବାର ଦିବସ ସମାରୋହର କେନ୍ଦ୍ରରେ 'ଗର୍ବିତ ପିତାମାତା'ର ସଦ୍ୟତମ ସଂସ୍କରଣ ଆୟୋଜିତ ହୋଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଅଂଶ ବିଶେଷ ସ୍ୱରୂପ, ଝାରସୁଗୁଡ଼ାରେ ଥିବା ବେଦାନ୍ତ କର୍ମଚାରୀଙ୍କ ପିତାମାତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେମାନଙ୍କୁ କାର୍ବନ, ପଟଲାଇନ, କାଷ୍ଟହାଉସ ଏବଂ ପାୱାର ପ୍ଲାଣ୍ଟ ଅଞ୍ଚଳ ସମେତ କାରଖାନା ମଧ୍ୟରେ ଥିବା ପ୍ରମୁଖ ୟୁନିଟ ଗୁଡ଼ିକୁ ବୁଲି ଦେଖିବାର ସୁଯୋଗ ମିଳିଥିଲା  । ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, "ବେଦାନ୍ତରେ, ଆମେ ବିଶ୍ୱାସକରୁଯେ-ଏକ ସୁଦୃଢ ସଙ୍ଗଠନ, ସୁଦୃଢ ÿପରିବାର ଏବଂ ସୁଦୃଢ଼ ଗୋଷ୍ଠି ଭାଗିଦାରୀର ମୂଳ ଦୁଆ ଉପରେ ନିର୍ମିତ ହୋଇଥାଏ । ତେଣୁ ଅନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଆମର ପଦକ୍ଷେପ କେବଳ ଏକ ଉସôବ ନୁହେଁ; ବେଦାନ୍ତ ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କୁ ଦୃଶ୍ୟମାନ, ମୂଲ୍ୟବାନ ଏବଂ ସଶକ୍ତ ଅନୁଭବ କରିବା ପାଇଁ ଏହା ଆମର ପ୍ରତିବଦ୍ଧତାର ଏକ ଅଂଶ ।ବୋଲି କହିଥିଲେ  ।  ଏହି ପଦକ୍ଷେପ ବେଦାନ୍ତର ବିଶ୍ୱାସକୁ ପ୍ରତିଫଳିତ କରେଯେ,ଜଣେ କର୍ମଚାରୀଙ୍କ ସଫଳତା ଏବଂ କଲ୍ୟାଣ ପାଇଁ ପରିବାର ହେଉଛି ମୂଳଦୁଆ । ପିତାମାତାଙ୍କ ପାଇଁ ସେମାନଙ୍କ ପିଲାମାନଙ୍କ କାର୍ଯ୍ୟ, ମୂଲ୍ୟବୋଧ ଏବଂ ପରିବେଶର ପ୍ରତ୍ୟକ୍ଷ ସାକ୍ଷୀ ହେବାର ସୁଯୋଗ ସୃଷ୍ଟିକରି, ଏହି ପଦକ୍ଷେପ ଗର୍ବ, ବିଶ୍ୱାସ ଏବଂ ଗଭୀର ଭାବ ପ୍ରବଣ ସମ୍ପର୍କକୁ ପ୍ରୋସôାହିତ କରିଛି  ।