ବେଧଡକ ବାଲି-ମାଟି ଚାଲାଣ

ବିଞ୍ଝାରପୁର : ବାଲି ଚାଲାଣ ଉପରେ ଲାଗିପାରୁନି ରୋକ୍ । ପ୍ରଶାସନର ନାକ ଆଗରେ ଚାଲିଛି ବେଇଆଇନ୍ ମାଟି-ବାଲି କାରବାର । ଜିଲ୍ଲାପାଳଙ୍କ ବରୁଣେଶ୍ୱର୍ ଗସ୍ତ ଦିନ କେତୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ନିଜର ବାହା ବାହା ଦେଖାଇଛନ୍ତି ତହସିଲଦାର ଆଉ ଥାନା ପୁଲିସ । କିନ୍ତୁ ତହସିଲ ଆଉ ଥାନା ସମେତ ଅଳକୁଣ୍ଡ ଥାନା ଦେଇ ଦିନ ଦିପ୍ରହରେ ହାଇୱାରେ ବୁହଯାଉଛି ଟ୍ରିପ ଟ୍ରିପ ବାଲି । ଖରସ୍ରୋତାରେ ମନଇଚ୍ଛା ବାଲି ବେପାର ଚାଲୁଥିବା ବେଳେ ଜିଲା ଖଣି ଅଧିକାରୀ ଅନ୍ଧ ଧ୍ରୁତରାଷ୍ଟ୍ର ସାଜିଛନ୍ତି । ଯାହାକି ସବୁ ଜାଣି ଚୁପ୍ ରହୁଥିବା ବେଳେ ଚଢାଉ ପୂର୍ବରୁ ଆଗୁଆ ଲୁରୋଙ୍କୁ କରିଥାନ୍ତି ସତର୍କ । ନିର୍ଦ୍ଧିଷ୍ଟ କିଛି ସରକାରୀ ଲିଜ୍ ଧାରି ବାଲି ଘାଟକୁ ବାଦ ଦେଲେ ସୟଦପୁର, ବଡ଼ମଲିପୁର, ରଣପୁର, ବଗମରା, ସିଂହପୁର, ଜରୀମହାରା ଓ ରାଉତରା ଠାରେ ଖରସ୍ରୋତାରେ ଉଠୁଛି ବେଆଇନ୍ ବାଲି । ଅପରପକ୍ଷେ ବେଆଇନ୍ ମାଟି ଆଉ ଇଟା ବେପାରୀଙ୍କ କଥା ନକହିବା ଭଲ । ଜୁଆଡ଼େ ନଜର ଦେବେ ଜଳନ୍ତା ଇଟା ଭାଟି ଆଉ ଜେସିବି ଟ୍ରାକ୍ଟରରେ ଚାଲିଛି ମାଟି ବୁହା । ତହସିଲଦାରଙ୍କ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୁନ । ସ୍ୱଳ୍ପ ପରିମାଣର ସରକାରୀ ରସିଦ କାଟି ବାକି ଅର୍ଥ କୁଆଡ଼େ ବେପାରୀଙ୍କ ସହ ରାଜସ୍ୱ ଓ ଖଣି ବିଭାଗର ଭିତିରିଆ ଡ଼ିଲ ହେଉଥିବା ଶୁଣିବାକୁ ମିଳିଲାଣି । ସକ୍ରିୟ ମାଟି, ଇଟା ଆଉ ବାଲି ଲୁଟେରାଙ୍କ ଆଗରେ ପ୍ରଶାସନ ନିଷ୍କ୍ରିୟ ହୋଇପଡ଼ିଛି ବୋଲି ହେଉଛି ଅଭିଯୋଗ । ଫତେପୁର ଓ ବାଛଳ ପଞ୍ଚାୟତ ଖରସ୍ରୋତା ନଦୀ ପଠାରେ ପ୍ରତିଦିନ ଶହେରୁ ଉର୍ଦ୍ଧ ଟ୍ରିପ୍ ମାଟି ବେପାର ହେଉଛି । କିନ୍ତୁ ସେଠାକାର ରାଜସ୍ୱ ନିରୀକ୍ଷକ ଜାଣିପାରୁନାହାଁନ୍ତି । ସେହିପରି