ତାଲିମ ନେଲେ ୧୬ଶହ ଫାଷ୍ଟ ପୋଲିଂ ଓ ପ୍ରିଜାଇଡିଂ ଅଫିସର

ଯାଜପୁର ଟାଉନ, ଯାଜପୁରଜିଲ୍ଳ ସଦର ମହକୁମାର ନୃସିଂହ ଚୌଧୁରୀ ଅଟୋନମସ୍ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲାସାଧାରଣ ନିର୍ବାଚନ-୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ୧୬୦୦ ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ପ୍ରଦାନ କରାଯାଇଛି । ଧର୍ମଶାଳା, ବଡଚଣା, ବରୀ ବ୍ଲକରେ ଜୁନ୍ ୧ ତାରିଖ ମତଦାନ ଦିବସରେ ବୁଥ୍ କର୍ଯ୍ୟ ସୂଚାରୁ ରୂପେ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ଏବଂ ଜିଲା ମାଜିଷ୍ଟେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଅଂଶୁମାନ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଞ୍ଜନ ମଲ୍ଲିକ, ଶାଶ୍ୱତୀ ସାଡୁଆଳ ଏବଂ ଯାଜପୁର ବିଡିଓ ସ୍ୱାଗତ ଦାସଙ୍କ ସଞ୍ଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ବଡଚଣା ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ବରୀ ବିଡିଓ ପଂଚାନନ ମଲ୍ଲିକ, ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି, ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ, ବରୀ ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ, ଧର୍ମଶାଳା ଅତିରିକ୍ତ ତହସିଲଦାର ଭବେଶ ମାଝି, ବରୀ ଅତିରିକ୍ତ ତହସିଲଦାର କଲୋଳା ମିଶ୍ର, ବରୀ ଏବିଡିଓ ମହେଶ୍ୱର ସେଠୀ, ଧର୍ମଶାଳା ଏବିଡିଓ ଅସିତ୍ କୁମାର ପାତ୍ର, ବଡଚଣା ଏବିଡିଓ ରଞ୍ଜନ କୁମାର ବେହେରାଙ୍କ ସମେତ ସଂପୃକ୍ତ ବ୍ଲକର ଏବିଇଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଏପିଓ, ବିଏସ୍ଏସ୍ଓ, ଆର୍ଆଇପିଏ ଏବଂ ଆର୍୍ଏସ୍ଙ୍କୁ ନେଇ ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ୧୦୮୮ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅଫିସରଙ୍କୁ ରିଫ୍ରେସର ଟ୍ରେନିଂ ଏବଂ ୫୦୧ ଜଣ ନୂତନ ଭାବେ ନିଯୁକ୍ତି ପାଇଥିବା ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅଫିସର ଏବଂ ଗତ ୨୫ ଓ ୨୬ ତାରିଖରେ ଯେଉଁମାନେ ଟ୍ରେନିଂରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ନେଇ ମୋଟ ୧୬୦୦ ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅଫିସର ବୁଥ୍ କାର୍ଯ୍ୟ ସଂପାଦନ ନିମିତ ୨୫ ଜଣ ମାଷ୍ଟର ଟ୍ରେନର ଅଧିକାରୀ ଶେଷ ପର୍ଯ୍ୟାୟରେ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତଦାନ ଦିବସ ଦିନ ପର୍ଯ୍ୟାୟ କ୍ରମେ ସମସ୍ତ କାର୍ଯ୍ୟ ଓ ଦାୟିତ୍ୱବୋଧତାର ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁଯାୟୀ ଭୋଟ କେନ୍ଦ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଉପସ୍ଥିତିରେ ମକ୍ପୋଲ କରିବା, ଷ୍ଟାଚୁ୍ୟଟାରୀ ଓ ନନ୍-ଷ୍ଟାଚୁ୍ୟଟାରୀ ସାମଗ୍ରୀ ଗୁଡିକର ବ୍ୟବହାର ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ବୁଥ୍ର ୧୦୦ମିଟର ଚର୍ତୁପାଶ୍ୱର୍ରେ କୌଣସି ପୋଷ୍ଟର ମାରିବା ତଥା ପ୍ରଚାରଜନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ମାଷ୍ଟର ଟ୍ରେନରମାନେ ପ୍ରିଜାଇଡିଂ ଓ ଫାଷ୍ଟ ପୁଲିଂ ଅଫିସରମାନଙ୍କୁ ବୁଝାଇ ଥିଲେ । ବୁଥ୍ର ମତଦାନ କକ୍ଷରେ ବାଲାଟ୍ ୟୁନିଟ୍ ରହୁଥିବା ସ୍ଥାନକୁ ବୁଥ୍ ନିମନ୍ତେ ନିଯୁକ୍ତି କର୍ମଚାରୀ, ଏଜେଣ୍ଟ ସମସ୍ତଙ୍କ ପାଇଁ ଗୋପନୀୟତା ବଜାୟ ରଖିବା ନିମନ୍ତେ ୩ ପାଶ୍ୱର୍ ଆବଦ୍ଧ କରିବା ଏବଂ ସେହି କକ୍ଷ ସଂଲଗ୍ନ ସମସ୍ତ ଝରକା, କବାଟ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ମତଦାନ ସରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରିଜାଇଡିଂ ଅଫିିସର ପ୍ରାର୍ଥୀମାନଙ୍କ ଏଜେଣ୍ଟସମ୍ମୁଖରେ ସେହି ବୁଥ୍ର ଇଭିଏମ୍କୁ ସିଲ୍ କରିବା, ମାର୍କଡ କପି ଅଫ୍ ଇଲେକ୍ଟୋରାଲ ରୋଲ ଏବଂ ଭୋଟର ସ୍ଲିପ୍ ଆଦି ଷ୍ଟାଚୁ୍ୟଟାରୀ ଓ ନନ୍-ଷ୍ଟାଚୁ୍ୟଟାରୀ ସାମଗ୍ରୀ ଗୁଡିକୁ ସିଲ୍ କରିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା  ।  ଉକ୍ତ ବୁଥ୍ର ଇଭିଏମ୍ଓ ଜଉମୁଦ ପଦାର୍ଥ ଗୁଡିକୁ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଏନ୍ସିକଲେଜ ପରିସରରେ ଆର୍ଓଙ୍କ ପ୍ରାପ୍ତି କାଉଣ୍ଟରରେ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।