ବୈଶ୍ୟ ବଣିଆ ସମାଜର ଜିଲା କମିଟି ଗଠିତ

ଯାଜପୁର ଟାଉନ : ନିଖିଳ ଉକôଳ ପୁଟୁଳି ବୈଶ୍ୟ ବଣିଆ ସମାଜ ଅନୁବନ୍ଧିତ ଯାଜପୁର ଜିଲା ପୁଟୁଳି ବୈଶ୍ୟ ବଣିଆ ସମାଜର ସାଧାରଣ ପରିଷଦ ବୈଠକ କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକର ବିବରଣୀ ପାଠ କରିଥିଲେ ଅଧ୍ୟାପକ ସଦାଶିବ ପୃଷ୍ଟି । ବରିଷ୍ଠ ସଭ୍ୟ ଅର୍ଜୁନ ଚରଣ ସାହୁ ପ୍ରାକ୍ ସୂଚନା ରଖିଥିବା ବେଳେ ଜଗନ୍ନାଥ ସାହୁ  ସ୍ୱାଗତ କରିଥିଲେ । ଜିଲାର ୯ଟି ବ୍ଲକ ଓ ୨ଟି ପୌରାଂଚଳରୁ ବହୁ ସଂଖ୍ୟକ ବରିଷ୍ଠ ଜାତି ଭାଇ ଏଥିରେ ଯୋଗଦେଇ ଜାତି ସମାଜର ଏକ ଜିଲ୍ଲା ଶାଖା ଗଠନ କରି ପୁଟୁଳି ବୈଶ୍ୟ ବଣିଆ ସମାଜକୁ ସଂଗଠିତ ପୂର୍ବକ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ଦାବି ହାସଲ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଆସନ୍ତା ଏପ୍ରିଲ ୬ତାରିଖରେ ଜାତି ସମାଜ ଜିଲା ଶାଖାର ଲୋକାର୍ପଣ ଉସôବ ପାଳନ କରି ଜିଲ୍ଲାରେ ଏକ ସଶକ୍ତ ସଂଗଠନ ଗଢ଼ି ତୋଳିବା ଉପରେ ଉପସ୍ଥିତ ସଭ୍ୟମାନେ ପ୍ରସ୍ତାବ ରଖିଥିଲେ । ଲୋକାର୍ପଣ ଉସôବକୁ ସଫଳ ରୂପ ଦେବା ପାଇଁ ଏକ ଆଡହକ କମିଟି ଗଠନ କରାଯାଇଛି । 
ଏହି କମିଟି ସମସ୍ତଙ୍କ ସହଯୋଗ ଏବଂ ପରାମର୍ଶରେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଛି । ଜାତି ସମାଜର ଜିଲ୍ଲା ଶାଖା ନିମ୍ନମତେ ଗଠନ କରାଯାଇଛି । ସଭାପତି-କୈଳାଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଅଜିତ କୁମାର ପୃଷ୍ଟି, ଉପସଭାପତି-ପ୍ରଶାନ୍ତ ନାୟକ ଓ ସୁଶାନ୍ତ ପୃଷ୍ଟି,ସାଧାରଣ ସମ୍ପାଦକ-ସଦାଶିବ ପୃଷ୍ଟି, କୋଷାଧ୍ୟକ୍ଷ-ଅରଜିତ ନାୟକ, ସଂଗଠନ ସମ୍ପାଦକ-ଜଗନ୍ନାଥ ସାହୁ, ଯୁଗ୍ମ ସଂଗଠନ ସମ୍ପାଦକ-ରଘୁନାଥ ନାୟକ,ସହ ସମ୍ପାଦକ-ଅଶୋକ ନାୟକ ଓ ବିଭୂ ପ୍ରସାଦ ପୃଷ୍ଟି, ଅଫିସ ସମ୍ପାଦକ-ଜଗତ ନାୟକ ଏବଂ ସହଯୋଗୀ ସମ୍ପାଦକ ମହେଶ୍ୱର ନାୟକ । ସେହିପରି କାର୍ଯ୍ୟକାରୀ କମିଟିରେ ରାଜକିଶୋର ପୃଷ୍ଟି, କୈଳାସ ଚନ୍ଦ୍ର ପୃଷ୍ଟି,ବିମଳେନ୍ଦୁ ପୃଷ୍ଟି,ମଦନ ସେନାପତି, ଭିକାରୀ ନାୟକ, ପ୍ରଫୁଲ୍ଲ ପୃଷ୍ଟି, ବନମାଳୀ ପୃଷ୍ଟି, ଅଜୟରାମ ସାହୁ, ସୁରେନ୍ଦ୍ର ନାୟକ, ଗୁଣନିଧି ମହାନ୍ତି, ନୀଳକଣ୍ଠ ନାୟକ, ନରେନ୍ଦ୍ର ନାୟକ, ବିଷ୍ଣୁ ନାୟକ, ପ୍ରଦୀପ ସାହୁ, ହରିହର ସେନାପତି, ଗୋପାଳ ନାୟକ, ପର୍ଶୁରାମ ନାୟକ, ବାଇଧର ନାୟକ, ନରେନ୍ଦ୍ର ନାୟକ ଏବଂ ଦେବବ୍ରତ ନାୟକ ରହିଛନ୍ତି । ବରିଷ୍ଠ ସଭ୍ୟ ଅର୍ଜୁନ ସାହୁ, ଦିଗମ୍ବର ସାହୁ, ହୃଷୀକେଶ ପୃଷ୍ଟି, ଶରତ ପୃଷ୍ଟି, ସଦାନନ୍ଦ ସାହୁ, ଅଶୋକ ନାୟକ, ବଳରାମ ସାହୁ,ଅଧ୍ୟାପକ ସୌଭାଗ୍ୟ ସାହୁ, ଅନିରୁଦ୍ଧ ପୃଷ୍ଟି, ନିରଞ୍ଜନ ସାହୁ ଓ ନିତ୍ୟାନନ୍ଦ ନାୟକ ପ୍ରମୁଖ  ଉପଦେଷ୍ଟା ମଣ୍ଡଳୀରେ ରହିଛନ୍ତି । ଶେଷରେ ସଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।