ବୈଷ୍ଣବଦତ ଉଚ୍ଚବିଦ୍ୟାଳୟରେ ସଂକଳ୍ପ ଶିବିର
ଯାଜପୁର ଟାଉନ: ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବୈଷ୍ଣବ ଦତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ସଂକଳ୍ପ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣରେ ଯାଜପୁର ଜିଲାଅନ୍ତର୍ଗତ ୩୦ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସରକାରୀ ଉଚ୍ଚÿ ବିଦ୍ୟାଳୟର ୮୦ଜଣ ଶିକ୍ଷକଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ । ଜିଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ପ୍ରଶିକ୍ଷଣକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଜ୍ଞାନ ନିରୀକ୍ଷକ କୁମାରସେନ୍ ସେନାପତି ଓ ପେଡାଗୋଜି ସଂଯୋଜକ ରାଜେଶ କୁମାର କର ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ଶିବିରଟି ଚାଲୁ ରହିଥିଲା । ପ୍ରଶିକ୍ଷଣର ନିରୀକ୍ଷଣ ଜିଲା ଶିକ୍ଷଧିକାରୀ ନିତ୍ୟାନନ୍ଦ ବାରିକଙ୍କ ଦ୍ୱାରା କରାଯାଉଥିଲା । ବିଦ୍ୟାଳୟରେ ପିଲାମାନଙ୍କୁ କିପରି ଉନ୍ନତମାନର ଶିକ୍ଷା ଦିଆଯାଇପାରିବ, ସେଥିପାଇଁ ୧୯ଟି ମଡୁଲର ଧାରଣା ଦିଆଯାଇଥିଲା । ଯେପରି ଓଡ଼ିଶା ଶିକ୍ଷା ବ୍ୟବସ୍ଥା, ଶ୍ରେଣୀ ଶିକ୍ଷାରେ ଶିକ୍ଷକଙ୍କ ଭୂମିକା, ଜାତୀୟ ଶିକ୍ଷାନୀତି-୨୦୨୦, ଭିଜନ -୨୦୨୧, ପଞ୍ଚସଖା ଶିକ୍ଷା ସେତୁର କାର୍ଯ୍ୟ, କ୍ୟାରିୟର କାଉନସିଲିଂ ଆଦି ବିଷୟରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ରିୟା କଳାପ ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭାରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ନାୟକ ସଭାପତିତ୍ୱ କରିଥିବାବେଳେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଜିଲା ବିଜ୍ଞାନ ନିରୀକ୍ଷକ ଉପସ୍ଥିତି ରହିଥିଲେ । ପ୍ରଶିକ୍ଷକ ଭାବେ ମନୋରଞ୍ଜନ ବିଶ୍ୱାଳ, ରବୀନ୍ଦ୍ର ପତି, ଚିନ୍ମୟ ଧଳ, ଭଞ୍ଜନ କୁମାର ବିଶ୍ୱାଳ, ରୋଜାଲିନ ଆଇଚ୍ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରିୟମ୍ବଦା ବିଶ୍ୱାଳ କାର୍ଯ୍ୟ ସମ୍ପାଦନା କରିଥିଲେ ।