‘ବୋଉ’ ପକ୍ଷରୁ "ଷାଠିଏ ଫଗୁଣ ପରେ’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଶାରୀରିକ ଏବଂ ମାନସିକସ୍ତରରେ ନିଃସଙ୍ଗ ଥିବା ବୟସ୍କଙ୍କ ପ୍ରତି ସମ୍ପର୍ପିତ ବୋଉ ଫାଉଣ୍ଡେସନ, ଚଳିତ ବର୍ଷ ଠାରୁ ବୟସ୍କଙ୍କ ଅବସାଦମୁକ୍ତ ଜୀବନ ପାଇଁ "ଷାଠିଏ ଫଗୁଣ ପରେ’ ନାଁରେ ଏକ ହାସ୍ୟବ୍ୟଙ୍ଗ ଭରା ଅଭିନବ କାର୍ଯ୍ୟକ୍ରମ କରିବାକୁ ପ୍ରୟାସ କରିଛି । ଏହି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି କ୍ରମରେ ଭୁବନେଶ୍ୱର ଜୟଦେବ ଭବନରେ ସନ୍ଧ୍ୟା ରେ "ଷାଠିଏ ଫଗୁଣ ପରେ’ କାର୍ଯ୍ୟକ୍ରମର ପ୍ରଥମ ଅର୍ଘ୍ୟ ଆୟୋଜିତ ହୋଇଥିଲା । ଫାଉଣ୍ଡେସନ ଅଧ୍ୟକ୍ଷା ସସ୍ମିତା ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଖ୍ୟାତ ସିନେ ନିଦେ୍ର୍ଦଶକ ପ୍ରଶାନ୍ତ ନନ୍ଦ ଯୋଗଦେଇ ହସ ଆଜିର ସମାଜରେ ଦୁର୍ଲଭ ପଦାର୍ଥରେ ପରିଣତ ହୋଇଥିବା କହିଥିଲେ । ସମ୍ମାନିତଅତିଥି ଭାବେ ଅଭିନେତା ତତ୍ତ୍ୱ ପ୍ରକାଶ ଶତପଥୀ (ପପୁ ପମପମ୍), ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତି୍ୟକା ଡଃ ସଂଘମିତ୍ରା ମିଶ୍ର ଯୋଗ ଦେଇ ହାସ୍ୟବ୍ୟଙ୍ଗ ଉପରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ବୈଷ୍ଣବ ମହାନ୍ତି, ପିପିଏଲର କର୍ପୋରେଟ ମୁଖ୍ୟ ସୁଧୀରଞ୍ଜନ ମିଶ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପରିକଳ୍ପକ ଏବଂ ରଚୟିତା ଜ୍ଞାନ ହୋତାଙ୍କୁ ଉପସ୍ଥିତ ଅତିଥି ଏବଂ ଦର୍ଶକ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ବୋଉ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅତିଶ ମହାନ୍ତି ସଭା ସଂଚାଳନ କରିଥିଲେ ।