ଭୁବନେଶ୍ୱର-ଜୁନାଗଡ ରୋଡ-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଏଲଏଚବି ସହ ଚଳାଚଳ କରିବ
ଭୁବନେଶ୍ୱର : ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ଗୋଟିଏ ରେକ୍କୁ ଆଧୁନିକ ଲିଙ୍କେ ହଫମ୍ୟାନ୍ ବୁଶ୍ (ଏଲଏଚବି) କୋଚ୍ ସହିତ ଚଳାଚଳ କରାଯିବ ପାଇଁ ରୂପାନ୍ତରିତ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା, ନିରାପତ୍ତା ଏବଂ ଆରାମ ପ୍ରଦାନ କରିଥାଏ । ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ -ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସର ପ୍ରଥମ ରେକ୍ ଏଲଏଚବି କୋଚ୍ ସହିତ ଭୁବନେଶ୍ୱରରୁ ଅଗଷ୍ଟ ୮ରେ ଏବଂ ଜୁନାଗଡ଼ ରୋଡ୍ ଠାରୁ ଅଗଷ୍ଟ ୯ରେ ଚଳାଚଳ କରିବ । ବର୍ତ୍ତମାନ ଏହି ଟ୍ରେନଟି ପାରମ୍ପରିକ ଆଇସିଏଫ କୋଚ୍ ସହିତ ଚଳାଚଳ କରୁଛି ।
ଏଲଏଚବି ରେକ୍ ସହିତ ଅପଗ୍ରେଡ୍ ଟ୍ରେନ୍ କମ୍ପୋଜିସନ୍ରେ ଦ୍ୱିତୀୟ ଏସି ୨ ଟି କୋଚ୍, ତୃତୀୟ ଏସି ୪ ଟି କୋଚ୍, ସ୍ଲିପର୍ କ୍ଲାସ ୫ ଟି କୋଚ୍, ଦ୍ୱିତୀୟ ଶ୍ରେଣୀ ସିଟିଂ ୪ ଟି କୋଚ୍, ଗାର୍ଡ କମ୍ ପାୱାର କାର୍ ୧ ଏବଂ ୧ ଗାର୍ଡ କମ୍ ଦ୍ୱିତୀୟ ଶ୍ରେଣୀ କୋଚ୍ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ରହିବ । ଏଲଏଚବି କୋଚ୍ ପ୍ରଚଳନ ଏହି ଗୁରୁତ୍ୱପୂର୍ଣ୍ଣ ରୁଟରେ ଯାତ୍ରୀଙ୍କ ସୁବିଧା ଏବଂ କାର୍ଯ୍ୟକ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଓଡ଼ିଶାର ଉପକୂଳବର୍ତ୍ତୀ ଓ ଆଦିବାସୀ ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହରଗୁଡ଼ିକୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହିତ ସଂଯୋଗ କରୁଛି ।