ବୋମା ମାଡ଼ କରି ଡକାୟତି ଉଦ୍ୟମ

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦିନ ଦ୍ୱିପ୍ରହରରେ ଲୁଟ୍ ଉଦ୍ୟମ ହୋଇଛି । ସୂଚନା ଅନୁଯାୟୀ, ଭବାନୀପାଟଣା ସହରର ବ୍ୟବସାୟୀ ରତନ ଅଗ୍ରୱାଲଙ୍କ ଦୁଇ ଜଣ କର୍ମଚାରୀ ନରେଶ ଶାହୁ ଓ ଶରତ ମେହେର ଏକ ସ୍କୁଟି ଯୋଗେ ପ୍ରାୟ ୭ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବାବେଳେ ମହାବୀରପଡା ସ୍ଥିତ ପୁଷ୍ପା ଲଜ୍ ନିକଟରେ ୩ ଲୁଟେରା ହଠାତ୍ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟର ଦୁଇ ଜଣ କର୍ମଚାରୀ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ନିକଟରେ ଥିବା ଏକ ଦୋକାନ ଭିତରକୁ ଯିବା ସମୟରେ ଲୁଟେରାମାନେ ତାଙ୍କ ଉପରକୁ ବୋମା ମାଡ କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚô ଲୁଟେରାମାନଙ୍କୁ କାବୁ କରିବା ବେଳେ ଦୁଇ ଜଣ ୨ଜଣ ଲୁଟେରା ଫେରାର ମାରିଥିବା ବେଳେ ଜଣକୁ ଧରିବାରେ ସଫଳ ହୋଇଥିଲେ ସ୍ଥାନୀୟ ଲୋକେ । ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ସ୍କୁଟି ଆଗପଟ ଭାଙ୍ଗି ଚୁର୍ମାର୍ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ସଦର ଏଡିପିଓ ଅଜିଙ୍କ୍ୟା ମାନେ ଓ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାବୁ କରାଯାଇଥିବା ଜଣେ ଲୁଟେରାକୁ ଥାନାର ଅଟକ ରଖି ପଚରା ଉଚୁରା କରାଯାଉଥିବା ଜଣାପଡ଼ିଛି । ଅଟକ ଦୁବୃର୍ତ୍ତ ଜଣକ ଭଞ୍ଜନଗର ଅଞ୍ଚଳର ବୋଲି ପୁଲିସ୍ ସୂଚନା ଦେଇଛି ।