ବ୍ରାଉନ ସୁଗାର ଜବତ, ୨ ଗିରଫ
ଭଦ୍ରକ : ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ପୁରୁଣାବଜାର ଥାନାର ଏକ ଟିମ ଗତକାଲି ସରିଦାବାଦ ବ୍ରିଜ ଉପରେ ବ୍ରାଉନ ସୁଗାର କାରବାର ହେବାକୁ ନେଇ ସୂଚନା ପାଇଥିଲା । ସେଠାରେ ପୋଲିସ ଟିମ ପହଞ୍ଚିଥିଲା । ଏକ ମଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ଶଙ୍କରପୁର ଅଞ୍ଚଳକୁ ଫେରୁଥିବା ବେଳେ ତାଙ୍କ ଉପରେ ସନେ୍ଦହ ହେବାରୁ ଅଟକାଇଥିଲା ପୋଲିସ । ତାଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୩୫.୫ ଗ୍ରାମ ବ୍ରାଉନ ସୁଗାରକୁ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଏକ ମଟର ସାଇକେଲକୁ ଜବତ କରିଛି । ପୁରୁଣାବଜାର ପୋଲିସ ଓ ଏହି ଦୁଇ ଜଣ ଯୁବକ ହେଉଛନ୍ତି ଶଙ୍କରପୁର ଅଞ୍ଚଳର ଏସ.କେ ଦାୟନ ଓ ଫରଜାନ ସାହା (ସାହିଲ) ଓ ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବା ନେଇ ପୋଲିସ ପୁରୁଣାବଜାର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବିତ ମାଝୀ ଏହି ସୂଚନା ଦେଇଛନ୍ତି । ଏହି ଦୁଇ ଜଣ ବ୍ୟତୀତ ଆଉ କେଉଁ କେଉଁ ମାନେ ଏହି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି ତାହାକୁ ଅଧିକ ତଦନ୍ତ ଚଳାଇଛି ପୋଲିସ ।