ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ
ନିଆଳି: ଓଡିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ନିଆଳି ବ୍ଲକ ନୂଆଗାଁର ଉଷା ମଣ୍ଡପ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଶୁଭ୍ରଦାଶ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସଂଯୁକ୍ତ ଘଡେଇ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଅଙ୍ଗନବାଡି ଦିଦି, ଆଶା କର୍ମୀ, କଲେଜ ଛାତ୍ରୀ , ଅଦ୍ୱିକା କିଶୋରୀ, ମହିଳା ସରପଞ୍ଚ, ସମିତିସଭ୍ୟ, ମେଡିକାଲ ଅଫିସର, ପ୍ରାଚୀ ମହିଳା କଲେଜର ଅଧ୍ୟକ୍ଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ସମ୍ପର୍କରେ ସଚେତନତା ଏବଂ ସେମାନଙ୍କ ପାଇଁ ଥିବା ନିୟମ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ଆଚାର୍ଯ୍ୟ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଏସଓଜି ମାଆମାନଙ୍କୁ ଦଳୀୟ ଭିତ୍ତିକ ଡକାଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରୋଗ୍ରାମ୍ ଅଫିସର ସସ୍ମିତା କାନୁନଗୋ, ଆକ୍ସନ ଏଡ଼ ଜିଲ୍ଲା ସଞ୍ଜୋଜିକା ନିବେଦିତଓ ପାଣିଗ୍ରାହୀ, ଜିଲ୍ଲା ସଞ୍ଜୋଜିକ ପୋଷଣ ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ପ୍ରୋଗ୍ରାମ ଅଫିସର ସ୍ୱର୍ଣ୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।