ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା 

 ଖଇରା  :  ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି ୨ଦିନିଆ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ୧୪୦ ବିଦ୍ୟାଳୟରୁ ଆସିଥିବା ୫ଶହ ପିଲା କବାଡି, ଖୋଖୋ, ଭଲିବଲ, ଯୋଗ, ଚେସ୍, ଫୁଟବଲ, ବ୍ୟାଡମିଟନ, କ୍ରିକେଟ, ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଡିସକସ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଡିଓ ନାରାୟଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ୟାପନୀ ସଭାରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଖଇରା ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ସାହୁ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର ଓ ସଭ୍ୟ ମାନସ କୁମାର ଦାଶ, କ୍ରୀଡା ସମ୍ପାଦକ ଲକ୍ଷ୍ମୀଧର ପରିଡା,ଏବିଇଓ ମାଣିକ ମିଶ୍ର ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ସୁଶାନ୍ତ ମହାପାତ୍ର ଓ ସୁବାସ ସାହୁ ମଞ୍ଚ ପରିଚାଳନା କରିଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଖୁକନ ସେଠୀ, ଅଶୋକ ମହାନ୍ତି, ପ୍ରଶାନ୍ତ ପାଣିଗ୍ରାହୀ, ବିଦ୍ୟାଧର ଦାସଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ, ସିଆରସିସି ପ୍ରମୁଖ ସହଯୋଗ କରିଥିଲେ ।