ବ୍ଲକସ୍ତରୀୟ ବିଜ୍ଞାନ ମେଳା
ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା/ତାଳଚେର: ତାଳଚେର ବ୍ଲକ ଡଅଁରା ନୋଡ଼ାଲ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ.ସରୋଜ କୁମାର ରଥ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ବୁଜ କିଶୋର ଗଡ଼ନାୟକ, ଡଅଁରା ସରପଞ୍ଚ ନନ୍ଦକିଶୋର ବେହେରା, ସମିତିସଭ୍ୟା ଅଶାନ୍ତି ପ୍ରଧାନ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ଇଂ.ଦିଲ୍ଲୀପ କୁମାର ପ୍ରଧାନ ଓ ଡଅଁରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନତ୍ୱ ସୃଷ୍ଟି କରିବା ପାଇଁ ବିଜ୍ଞାନ ମେଳା ଏକ ପ୍ରମୁଖ ମାଧ୍ୟମ ଅଟେ । ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ବିଜ୍ଞାନ ମନସ୍କ କରାଇବା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସପ୍ତାହରେ ଅନୁ୍ୟନ ଗୋଟିଏ ଘଣ୍ଟା ବିଜ୍ଞାନ ସମ୍ବଦ୍ଧୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ପାଇଁ ସେ ଆହ୍ୱାନ କରିଥିଲେ । ଏହି ମେଳାରେ ତାଳଚେର ବ୍ଲକ ଅନ୍ତର୍ଗତ ୧୧୪ଟି ବିଦ୍ୟାଳୟରୁ ୧୧୬ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏହା ସହିତ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ଛାତ୍ରାଛାତ୍ରୀମାନେ ବିଜ୍ଞାନ ଡ୍ରାମା ଓ ଚିତ୍ତାକର୍ଷକ ଲୋକନୃତ୍ୟ ପରିବେଷଣ କରିଥିଲେ । ଶେଷରେ କୃତୀ ପ୍ରତିଯୋଗିମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଡ଼ିଆଭଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲତିକା ମହାପାତ୍ର ଓ ଡଅଁରା ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ପ୍ରଧାନ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୋପାଳ ଶର୍ମା, ତ୍ରିଲୋଚନ ପ୍ରଧାନ, ଚତୁର୍ଭୁଜ ଦେହୁରୀ, ଅରବିନ୍ଦ ନାଏକ, ବୈକୁଣ୍ଠ ପ୍ରଧାନ, ଅଞ୍ଜଳୀ ପୃଷ୍ଟି, ମମତା ନନ୍ଦ, ବୈଜୟନ୍ତୀ ପ୍ରଧାନ, ବିଳାସିନୀ ବେହେରା, ଯସ୍ମିନ ମୁର୍ମୁ, ପଦ୍ମିନୀ ବେହେରା, ଟିକନ ସାହୁ, ଗିରିଶ ଚନ୍ଦ୍ର ସାହୁ, ବେବିନା ନାହକ ପ୍ରମୁଖ ସହଯୋଗ କରିଥିଲେ ।