ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

  ନିଶ୍ଚିନ୍ତକୋଇଲି :  ଗତ କିଛି ଦିନ ପୂର୍ବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କିଛି ସମିତିସଭ୍ୟ ସଭ୍ୟା ଓ ସରପଞ୍ଚମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଗତ ୧୩ ତାରିଖରେ ଆଗତ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ  ହୋଇଥିବାବେଳେ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ୫ ଜଣ ସମିତିସଭ୍ୟ ସଭ୍ୟା ଓ ଅନାସ୍ଥା ଦାୟିତ୍ୱରେ ଥିବା ଅତିରିକ୍ତ ଉପଜିଲ୍ଲାପାଳ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିବାକୁ ନେଇ ଏହି ଅନାସ୍ଥା ବୈଠକକୁ ଅନିର୍ଦ୍ଧିଷ୍ଟ କାଳପାଇଁ ସ୍ଥଗିତ ରଖାଯାଇଥିଲା । ଫଳରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ପଦବୀ ବର୍ତ୍ତମାନ ପାଇଁ କାଏମ ରହିଥିଲା । କାଏମ ରହିବା ପରେ ଅଧ୍ୟକ୍ଷା ରୋଜି ସେଠୀ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ସେଠାରେ ତାଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ପ୍ରତାପ ଜେନା ଜିନ୍ଦାବାଦ୍ ନାରାବାଜି ଦେଇଥିଲେ । ସେହିପରି ମାହାଙ୍ଗା ବିଜେପି ଓ କଟକ ସଦର ବିଜେପି ପକ୍ଷରୁ ମଧ୍ୟ ଅଧ୍ୟକ୍ଷା ରୋଜି ସେଠୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉଲ୍ଲେଖ ଯେ, ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ତଥା ରୋଜି ସେଠୀଙ୍କ ସପକ୍ଷରେ ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନା, ମାହାଙ୍ଗା ବିଜେପି ନେତା ସୁମନ୍ତ କୁମାର ଘଡେଇ ଓ କଟକ ସଦର ବିଜେପି ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଏକାଠି ମିଳିମିଶି ଅଧ୍ୟକ୍ଷାଙ୍କ ପାଇଁ କାମ କରିଥିଲେ । ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଭୟ ବିଜେଡି ଓ ବିଜେପି ଦଳୀୟ ସମର୍ଥକମାନେ ଯୋଗ ଦେଇଥିବା ଘଟଣା ଏହାର ସ୍ପଷ୍ଟ ପ୍ରମାଣ ଦର୍ଶାଉଛି ।