ବ୍ଲାଷ୍ଟିଂରେ ଭାଙ୍ଗିଲା ଘର

 ତାଳଚେର :  ତାଳଚେର ଲିଙ୍ଗରାଜ କୋଇଲା କୋଇଲା ଖଣିରେ କୋଇଲା ଉତ୍ତୋଳନ ପାଇଁ ବ୍ୟବହୃତ ହେଉଥିବା ବିସ୍ପୋରକ ଡିନାମାଇଟ୍ରେ ପ୍ରଭାବ  ଆଜି ପ୍ରାୟ ଦିନ ୧ଘଟିକା ୩୦ମିନିଟ୍ ସମୟରେ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ମଦନମୋହନପୁର ଗ୍ରାମର ସୁପି୍ରୟା ପ୍ରଧାନଙ୍କ ଘର ଭାଙ୍ଗିଯାଇଥିବା ବେଳେ ଅନ୍ୟମାନଙ୍କର ଘରର ପାଚେରୀ ଫାଟିଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମଟି ଲିଙ୍ଗରାଜ କୋଲିୟରୀ ଖଣିର ନିକଟତର ହୋଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥାଏ । ଏହାକୁ ନେଇ ଆଜି ଗ୍ରାମବାସୀମାନେ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି । କୋଇଲା ଖଣି ପକ୍ଷରୁ ଗ୍ରାମବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦେଇ କୋଇଲା ଉତ୍ତୋଳନକୁ ନେଇ ଖଣିରେ ବିସ୍ଫୋରଣ କରାଯାଇଥାଏ ବୋଲି କୁହାଯାଉଛି । ଏହି ଘଟଣା ଆଜି ଘଟିବା ଫଳରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚô ପ୍ରତିବାଦର ସ୍ୱର ଉଠାଇଥିଲେ । ତେବେ ଏଠି ପ୍ରଶ୍ନ ଉଠେ, ଖଣିର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକର କାହିଁକି ଯେ ଖଣି କର୍ତ୍ତୃପକ୍ଷ ସେମାନଙ୍କୁ ଉଚିତ୍ କ୍ଷତିପୂରଣ, ପୁନଃଥଇଥାନ, ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ନଦେଇ ଚୁପ୍ ହୋଇ ବସି ରହୁଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ବର୍ଷାଦିନ ପୂର୍ବରୁ ଏମାନଙ୍କୁ ଉଚିତ ପ୍ରାପ୍ୟ ଦେଇ ତୁରନ୍ତ ଖଣି କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବି ହେଉଛି  ।