ବ୍ୟବସାୟକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ

 ପୁରୀ : ଖଜା ବ୍ୟବସାୟକୁ କେନ୍ଦ୍ର କରି ଶ୍ରୀକୃଷ୍ଣ ସିନେମା ହଲ୍ ଗଳି ବଡ଼ଦାଣ୍ଡରେ ସଂଘବଦ୍ଧ ଆକ୍ରମଣ ଫଳରେ ଜଣେ ଯୁବକ ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ମାଟିତୋଟା ପ୍ରଧାନ ସାହିର ନୃସିଂହ ସାମର୍ଥ (୧୮) । ଘଟଣାରୁ ଜଣାପଡ଼ିଛି ଯେ ଗତକାଲ ବିଳମ୍ବିତ ରାତ୍ର ପାୟ ୧.୩୦ ମିନିଟ୍ରେ ନୃସିଂହକୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ନୃସିଂହଙ୍କ ମୁଣ୍ଡ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଘଟଣା ସ୍ଥଳରୁ ପୁଲିସ ନୃସିଂହଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି । ଖଜା ବ୍ୟବସାୟକୁ କେନ୍ଦ୍ର କରି ଅକ୍ରମଣ ହୋଇଥିବା ସନେ୍ଦହ କରାଯାଇଛି । ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।