ବ୍ୟବସାୟୀଙ୍କ ପରଲୋକ

ବ୍ରହ୍ମବରଦା: ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଢିଅସାହି ଗ୍ରାମର ବିଶିଷ୍ଟ ବ୍ୟବସାୟି ପରମାନନ୍ଦ ସାହୁ (୮୬)ଙ୍କ ପରଲୋକ ଘଟିଛି । ସେ ଘରେ ଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ପରଲୋକ ଖବର ପ୍ରସାରିତ ହେବା ଫଳରେ ବ୍ରହ୍ମବରଦା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସାହୁ ଜଣେ ପରୋପକାରୀ, ମିଷ୍ଟଭାଷୀ, ଓ ସଫଳ ବ୍ୟବସାୟି ଭାବେ ପରିଚିତ ଥିଲେ । ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ବାସଭବନରେ ପହଞ୍ଚô ତାଙ୍କ ପାର୍ଥôବ ଶରୀରକୁ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି, ନାତୁଣୀ, ଆତ୍ମୀୟ ସ୍ୱଜନ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଗାଁ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ, ପୁଅ ଅଜୟ ମୁଖାଗ୍ନି ଦେଇଥିଲେ ।