ବଡ଼ସାହି କଲେଜରେ ଆଲୋଚନାଚକ୍ର
ବଡ଼ସାହି: ସ୍ଥାନୀୟ ବଡ଼ସାହି କଲେଜରେ ଇଂରାଜୀ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ସହିତ ନୂତନ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜ ଅଧ୍ୟକ୍ଷ କୃପାସିନ୍ଧୁ ମହାକୁଡଙ୍କ ଅଧ୍ୟକ୍ଷତାରେ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୁ୍ୟମ୍ନ କୁମାର ସାତୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କପ୍ତିପଦା କଲେଜର ଇଂରାଜୀ ପ୍ରାଧ୍ୟାପକ ଶରତ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୋଷ୍ଟ କଲନିଆଲ ଲିଟରେଚର୍: "କନସେପ୍ଟ ଏବଂ କେରେକଟାରେଷ୍ଟିକ’ ଶୀର୍ଷକ ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବେ ସେ ସାହିତ୍ୟର ତତ୍ତ୍ୱ, ଲକ୍ଷଣ ଓ ଏହାର ସାରାଂଶ ସମ୍ପର୍କରେ ବିଭିନ୍ନ ଅଭିବ୍ୟକ୍ତି ରଖିଛନ୍ତି । ପ୍ରାଧ୍ୟାପକ ଫକୀର ଚରଣ ସାହୁ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ମାଧ୍ୟମରେ ସନେ୍ଦଶ ରଖିଥିଲେ । ଶେଷରେ ବିଭାଗୀୟ ଅଧ୍ୟାପକ ପାର୍ଥ ସାରଥି ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।