ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ୍
ସୋର : ସୋର ଥାନା ଅଧୀନ ସବିରା ରେଳ ଷ୍ଟେସନର ଅନତି ଦୂରରେ ବେଲସାବିରା ଗ୍ରାମ ନିକଟରେ ନୁ୍ୟ ଜଲପାଇଗୁଡି ଏକ୍ସପ୍ରେସ୍ ଶନିବାର ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଟ୍ରେନ ବର୍ତ୍ତି ଯାଇଥିଲା । ଅପରାହ୍ନରେ ଟ୍ରେନ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ଏହି ସ୍ଥାନରେ ରେଳ ଧାରଣା କାର୍ଯ୍ୟ ଚାଲୁଥିବା କାରଣରୁ ରେଳ ଧାରଣାରେ ଲାଗିଥିବା ସ୍ଲିପର ଟି ଉଠି ରହିଥିଲା । ଫଳରେ ଟ୍ରେନର ଇଂଜିନରେ ଏହା ବାଜିବା ଫଳରେ ଏହାର ବ୍ୟାଟେରି ଓ ମୋଟର ସେଟ ଭାଙ୍ଗି ଖସିପଡିଥିଲା । ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ଅଟକାଇ ଦେଇଥିଲେ । ଫଳରେ ଟ୍ରେନଟି ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଏହାର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ସୂଚନା ଅନୁସାରେ ନୁ୍ୟ ଜଲପାଇଗୁଡି ଏକ୍ସପ୍ରେସ୍? ଟ୍ରେନ୍? (୨୨୬୧୨)ଟି ଅଫ୍?ଲାଇନ୍?ରେ ପଶ୍ଚିମବଙ୍ଗର ନୁ୍ୟ ଜଲପାଇଗୁଡି ଠାରୁ ଚେନ୍ନାଇ ସେଣ୍ଟ୍ରାଲ ଅଭିମୁଖେ ବାହାରିଥିଲା । ଆଜି ଅପରାହ୍?ଣ ପ୍ରାୟ ୩ଟା ୧୫ରେ ସୋର ଥାନା ଅଧୀନ ସବିରା ରେଳ ଷ୍ଟେସନର ଅନତି ଦୂରରେ ଥିବା ବେଲସାବିରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଟ୍ରେନ୍?ରୁ ବ୍ୟାଟେରି ଓ ବିଦୁ୍ୟତ ମୋଟରଟି ଖସିପଡିଥିଲା ।ଖବର ପାଇ ଆରପିଏଫ, ଜିଆରପି, ସୋର ତହସିଲଦାର ସେକ ସାଗିର ଏବଂ ସୋର ପୁଲିସ ସମେତ ରେଳ ବିଭାଗର ଉପରିସ୍ଥ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।ଇଂଜିନରୁ ଖସି ପଡିଥିବା ବ୍ୟାଟେରୀ ଏବଂ ମୋଟରକୁ ଏକ ପୋକଲିନ ସହାୟତାରେ ବାହାର କରାଯାଉଛି । ଭଦ୍ରକରୁ ଅନ୍ୟ ଏକ ଇଂଜିନ ସେଠାରେ ପହଞ୍ଚିଥିବା ବେଳେ ଯନ୍ତ୍ରାଂଶକୁ ବାହାର କରିବା ପରେ ଟ୍ରେନ ଟି ଗନ୍ତବ୍ୟ ସ୍ଥଳକୁ ଯିବ ବୋଲି ସୂଚନା ମିଳିଛି । କୌଣସି ଅଘଟଣକୁ ଏଡାଇବା ପାଇଁ ସୋରରୁ ଏକ ଦମକଳ ଘଟଣା ସ୍ଥଳରେ ଜଗି ରହିଛି ।ଅନ୍ୟପଟେ ଏହି ଲାଇନ୍?ରେ ଟ୍ରେନ୍? ଚଳାଚଳ ପ୍ରଭାବିତ ହୋଇଛି । ଖବର ଲେଖା ହେବା ବେଳକୁ ଇଂଜିନ ମରାମତି କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି ।