ଭକ୍ତ ଦାସିଆ ପୀଠରେ ଝୁଲଣ ଯାତ୍ରା

 ପିପିଲି : ଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗ୍ରାମଠାରେ ଝୁଲଣ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି  । ପ୍ରତ୍ୟେହ ଶ୍ରୀ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଏକ ସୁସଜ୍ଜିତ ଝୁଲଣ ବିମାନରେ ମଦନ ମେହାନ, ଭୂଦେବୀ, ଶ୍ରୀଦେବୀ ଗୁରୁଣ୍ଡି ଗୋପାଳଙ୍କୁ ବିଜେ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ଭଜନ, ନାମ ସଂକୀର୍ତ୍ତନ, ଓଡ଼ିଶୀନୃତ୍ୟ, ଲୋକ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପଦ୍ମଶ୍ରୀ ଡ଼ାକ୍ତର ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦ୍ୱାପର ଯୁଗରୁ ରାଧା କୃଷ୍ଣଙ୍କ ଲୀଳାରେ ଝୁଲଣର ପର୍ବରେ ପ୍ରାସଙ୍ଗିକତାକୁ ବ୍ୟାଖ୍ୟା କରିଥିଲେ । ବରଷ୍ଟ ସଦସ୍ୟ ଇଂ ଶ୍ରୀଧର ମାହଲ, ଡ଼ଃ ବାସନ୍ତୀ ଦାସ, ସୁବାସ ସାମଲ, ଶିକ୍ଷାବିତ୍  ବୃନ୍ଦାବନ ମହାପାତ୍ର, ଚିତ୍ତରଂଜନ ସେନାପତି, ଗୋପାଳ ବଳ, ଚରଣ ପରିଡ଼ା, ରମେଶ ଚନ୍ଦ୍ର ପ୍ରଧାନ, ଅଭୟ ଚରଣ ସାହୁ  ଆଦି ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂପାଦକ ସରୋଜ କୁମାର ସାହୁ, ସାଧାରଣ ସଂପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁ କାର୍ଯ୍ୟକ୍ରମର ସୁପରିଚାଳନା ଦାୟିତ୍ୱ ବହନ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂଗୀତଜ୍ଞ ଭାରତୀ ଭୂଷଣ ପଟ୍ଟନାୟକ, ଗୀତିକାର ଅଜୟ ଦାସ, ଆର୍ନ୍ତଜାତିକ ବୈଶଂବାଦକ ପର୍ଶୁରାମ ଦାଶ, ତବଲା ବାଦକ ହେମନ୍ତ ସ୍ୱାଇଁ ବିଶିଷ୍ଟ କଣ୍ଠ ଶିଳ୍ପୀ ସୋନାଲିସା ପଲାଇ, ମୋନାଲିସା ରାଉତ, ବର୍ଷାରାଣୀ ବଳ, କୃଷ୍ଣଚନ୍ଦ୍ର ରାଉତ, କବିନ୍ଦ୍ର ବେହେରା, ନିରନ ସାହୁ, ପଂଚୁ ଜେନା, ଗୋବିନ୍ଦ ପ୍ରଧାନ, ସଦାଶିବ ସ୍ୱାଇଁ, ପ୍ରଫୁଲ୍ଲ ବିଶ୍ୱାଳ, ଗିରିଧାରୀ ପଲାଇ, ସାଗର ବଳ, ମହେନ୍ଦ୍ର କୁମାର ଖୁଂଟୁଆ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।