ଭାଇର ଆକ୍ରମଣରେ ଭାଇ-ଭାଉଜ ଗୁରୁତର

 ପାଣିକୋଇଲି: ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଭାଉଜ ଗୁରୁତର ହେବା ନେଇ ଥାନାରେ ଅଭିଯୋଗ ହୋଇଛି । ୬ଦିନ ପରେ ପୁଲିସ ଏକ ମାମଲା ଋୁଜୁ କରି ଚୁପ ହୋଇ ବସିଛି । ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଭରଷା ନକରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟଭିକ୍ଷା କରିଛନ୍ତି ଅଭିଯୋଗକାରୀ । ପ୍ରକାଶଯେ ଧର୍ମଶାଳା ଥାନା ଅଧିନସ୍ଥ ଭୂବନ ଗ୍ରାମର ସ୍ୱର୍ଗତ ଯଦୁନାଥ ବରାଳଙ୍କ ସାନୁପଅ ଯୋଗେନ୍ଦ୍ର ଘରବାଡିକୁ ନେଇ ବଡ଼ଭାଇ ରାଜେନ୍ଦ୍ର ଓ ତାଙ୍କ ପନôୀ ସରିତାଙ୍କୁ ଗାଳି ଗୁଲଜ କରିବା ସହିତ ହତ୍ୟାଧମକ ଦେଇ ଆସୁଥିଲା । କିନ୍ତୁ ପାରବାରିକ ଲୋକ ଲଜ୍ୟା କାରଣରୁ ରଜେନ୍ଦ ଚୁପ ହୋଇ ରହିଥିଲେ । ତେବେ ଗତ ମାସ ୨୮ତାରିଖ ଦିନ ରାତି ୯ଟା ସମୟରେ ଯୋଗେନ୍ଦ୍ର ପୁର୍ବ ବିବାଦକୁ କେନ୍ଦ୍ର କରି ଭାଇ ରାଜେନ୍ଦ୍ର ଓ ତାଙ୍କ ପନôୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଯୋଗେନ୍ଦ୍ରଙ୍କ ମରଣାସ୍ତ୍ର ଆକ୍ରମଣରେ ଉଭୟ ପତିପନôୀ ଗୁରୁତର ଆହତ ହେବା ପରେ ରାଜେନ୍ଦ୍ର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଧର୍ମଶାଳା ପୁଲିସ ଏକ ମାମଲା ୨୫୬/୨୫ ଋୁଜୁ କରି ଚୁପ ହୋଇ ବସିଛି । ଫଳରେ ରାଜେନ୍ଦ୍ର ଓ ତାଙ୍କ ପନôୀ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଥାନାରୁ ନ୍ୟାୟ ନ ପାଇ ବାଧ୍ୟ ହୋଇ ରାଜେନ୍ଦ୍ର ଏସପିଦ୍ୱାରସ୍ଥ ହୋଇ ଅଭିଯୁକ୍ତୁ ତୁରନ୍ତ ଗିରଫ କରିବା ଲାଗି ନିବେଦନ କରିଛନ୍ତି ।