ଭାମଣ୍ଡା କପ ଉଦଘାଟିତ  ଡାଳିକାଏନ୍ଦା ବିଜୟୀ 

ରାଜକନିକା: ରାଜକନିକା ବ୍ଲକ ଭାମଣ୍ଡା ନୃସିଂହ ନାଥ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ମୁକେଶ ପଟ୍ଟନାୟକଙ୍କ ପ୍ରାୟୋଜିତରେ ଜିଲ୍ଲାସ୍ତରୀୟ ଭାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଭାମଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍ଘାଟନୀ ଖେଳରେ ବିଏସିସି ଡାଳିକାଏନ୍ଦା ମା ବରୁଣେଇ କ୍ରିକେଟ କ୍ଲବ ମଲିଆକୁ ଭେଟିଥିଲା । ଏଥିରେ ଡାଳିକାଏନ୍ଦା ୪ ୱିକେଟରେ ବିଜୟ ଲାଭ କରି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ମଲିଆ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୯ ୱିକେଟ ହରାଇ ୧୯୧ ରନ କରିଥିବାବେଳେ, ଡାଳିକାଏନ୍ଦା ୨୩.୨ ଓଭରରେ ୬ ୱିକେଟ ହରାଇ ୧୯୩ ରନ କରି ବିଜୟ ଲାଭ କରିଛି । ଏହି ଖେଳକୁ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସୈନିକ ଉମେଶ ଚନ୍ଦ୍ର ନାୟକ ଯୋଗଦେଇ ଉଦ୍ଘାଟନ କରୁଥିବା ବେଳେ, ସମ୍ମାନିତଅତିଥି ଭାବେ ସାମାଜିକ କର୍ମୀ ଅଖିଳ ନାୟକ, ଅନୋଜ ନାୟକ, କଳାକର ନାୟକ, ମାନସ ରଞ୍ଜନ ଜେନା, ଶେଷଦେବ ନାୟକ ଓ ରତିକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଥିଲେ । ଦଳର ସୟେଦ ଇଯାରରୁଦ୍ଧିନଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରିଥିଲେ । ବିଭୁତି ଭୂଷଣ ସ୍ୱାଇଁ ଓ ବିଶ୍ୱଜିତ ଅଧିକାରୀ ଖେଳ ପରିଚାଳନା କରିଥିବାବେଳେ, ରାହୁଲ ମହାନ୍ତି, ମୁକେଶ ନାୟକ ସ୍କୋରର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଜ୍ଞାଜିତ ନାୟକ, ଚିରଞ୍ଜିବି ନାୟକ, ମନୋରଞ୍ଜନ ବିଶ୍ୱାଳ, ଆଶୁତୋଷ ଶତପଥୀ ଓ ରିତେଶ ସାମଲ ପ୍ରମୁଖ ସହଯୋଗ କରିଥିଲେ ।