ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତା ଚୟନ
ବୁଗୁଡ଼ା: ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଏସୋସିଏସନ ସଂଲଗ୍ନ ଭାରତୀୟ ମଜଦୁର ସଂଘ ବୁଗୁଡା ବ୍ଲକର ଏକ ସମ୍ମିଳନୀ ସ୍ଥାନୀୟ ବଳଦେବ ସ୍ୱାମୀ କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ସଭାନେତ୍ରୀ ସୁଶ୍ରୀ ବାସନ୍ତୀ କୁମାରୀ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମସô୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଞ୍ଜଳୀ ନାୟକ ଓ ସଂଯୋଜିକା ଅମିତା ରାଉତ, ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଅଙ୍ଗନୱାଡି କର୍ମୀଙ୍କୁ ମାର୍ଗ ଦର୍ଶନ କରିବା ସହ ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସମ୍ପାଦକ ଅର୍ଜୁନ ବେହେରା , ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ସଂଘର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଏବଂ ବିଭିନ୍ନ ବ୍ଲକର ସଭାନେତ୍ରୀଙ୍କ ଉପସ୍ଥିତିରେ ବୁଗୁଡା ବ୍ଲକ ଅଙ୍ଗନୱାଡି କର୍ମୀ ସଂଘର ନୂତନ କାଯ୍ୟକର୍ତ୍ତା ଚୟନ କରାଯାଇଥିଲା ।