ଭାଲୁ ଆକ୍ରମଣରେ ୨ଗୁରୁତର

 ନୂଆପଡ଼ା  : ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ । ଅକ୍ରମଣରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ସୋସେଙ୍ଗ ଗାଁରେ । ଗୁରୁତରଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି ।  ସେମାନେ ହେଲେ ସୁନାବେଡ଼ା ସୋସେଙ୍ଗ ଗାଁର ଦିଗଚନ ମାଝି(୩୬) ଓ ଅମଳ ମାଝି(୩୭)  । ଗାଁକୁ ଜାଳେଣି ସଂଗ୍ରହ ପାଇଁ ଯିବା ସମୟରେ ଏକ ଭାଲୁ ତାର ଛୁଆ ସହ ବୁଲୁଥିଲା । ମଣିଷଙ୍କୁ ଦେଖି ଭାଲୁ ଦୁଇ ଯୁବକଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା । ଖବର ପାଇ ଗାଁ ଲୋକେ ଜଙ୍ଗଲକୁ ଯାଇ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ବନ୍ୟପ୍ରାଣୀ ବିଭାଗ ଏସିଏଫ୍ ସଞ୍ଜୀବ ବନଗୋଲାଙ୍କ ନେତୃତ୍ୱରେ ଏକ ଟିମ୍ ଅଭୟାରଣ୍ୟ ଅଭିମୁଖେ ବାହାରିଥିବା ଏସିଏଫ୍ ସୂଚନା ଦେଇଛନ୍ତି ।