ଭିକ୍ଷାବୃତ୍ତି ଛଡାଇ ଦୋକାନ ଦେଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ 

 କେନ୍ଦ୍ରାପଡା: ପଳସୀଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ରୁହନ୍ତି ଦିବ୍ୟାଙ୍ଗ ପ୍ରହଲ୍ଲାଦ ଜେନା । ସେ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଛୋଟ ଛୋଟ ଦୁଇଟି ପିଲା । ପରିବାର ବଢିବା ପରେ ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରହଲ୍ଲାଦ ଦୂର ସ୍ଥାନକୁ ଯାଇ ଭିକ୍ଷା ବୃତ୍ତି କରିଥାନ୍ତି । ସେ ନିଜର ତିନିଚକିଆ ସାଇକେଲରେ ୨୫ କିଲୋମିଟର ଦୂର କେନ୍ଦ୍ରାପଡ଼ା ସହରରେ ଭିକ୍ଷା ବୃତ୍ତି କରନ୍ତି । ଏଥିରେ ଯାହା ରୋଜଗାର ହୁଏ କଷ୍ଟେମଷ୍ଟେ ଚଳିଯାନ୍ତି । ଏହା ପରେ ଦିବ୍ୟାଙ୍ଗ ପ୍ରହଲ୍ଲାଦଙ୍କ ମନ ଅନୁଯାୟୀ ଏକ ଗ୍ରସୋରି ଦୋକାନ କରି ଦିଆଯାଇଥିଲା । ଏହି ଦୋକାନରେ ବିଭିନ୍ନ ପ୍ରକାରର ରାସନ ସାମଗ୍ରୀ ଥିଲା । ସନ୍ଧ୍ୟା ସମୟରେ ବାଦାମ ବ୍ୟାପାର କରାଇବା ପାଇଁ କଞ୍ଚା ବାଦାମ ଓ ବିଟ ଲୁଣ ପ୍ରଦାନ କରାଯାଇଛି । କେନ୍ଦ୍ରାପଡାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ନିକଟରେ ପହଁଚି ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କ ଇଚ୍ଛା ଅନୁଯାଇ ତାଙ୍କୁ ଭେରାଇଟ ଷ୍ଟୋର କରି ଦିଆଯାଇଛି । ଏହି ଦୋକାନର ନାମ ଦିଆଯାଇଛି ଶ୍ରୀ ଜଗନ୍ନାଥ ଭେରାଇଟି ଷ୍ଟୋର । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି କାର୍ଯ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । କାର୍ଯ୍ୟକ୍ରମରେ ଟ୍ରଷ୍ଟର ହରିହର ନାୟକ, ଜୁଲୁ ସାହୂ, ସ୍ୱାଗତ ମହାପାତ୍ର, ମନୋଜ ରାଉତ, ଆଲୋକ ମଲ୍ଲିକ, ମନୋରଞ୍ଜନ ପତ୍ରୀ, ଦିନେଶ ବାରିକ, ନିଗମ୍ ସାହୁ, ଭାବଗ୍ରାହୀ ସାହୁ, ତପନ ନାଥ, ପ୍ରମୋଦ ନାଥ, ବଳରାମ ଦାସ, ରଶ୍ମୀ ରଞ୍ଜନ ବାରିକ, ପ୍ରଶାନ୍ତ ଦାଶ, ବିଭବ ମହାନ୍ତି, ମନୋରଞ୍ଜନ ପତ୍ରୀ, ପ୍ରଦୋଷ ବିଶ୍ୱାଳ ଓ କାଳନ୍ଦୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।