ଭିଜିଲାନ୍ସ ଜାଲରେ ବାଣପୁର ବ୍ଲକ ଏଡିଇଓ
ବାଣପୁର : ଆଭାସ ଯୋଜନାରେ ଘର ପାଇଁ ଲାଞ୍ଚ ଟଙ୍କା ଦାବୀ କରି ଜଣେ ହିତାଧିକାରଙ୍କୁ ହଇରାଣ କରି ଲାଞ୍ଚ ଟଙ୍କା ନେଉଥିବା ବେଳେ ବ୍ଲକର ଏଡ଼ିଇଓ (ଅତିରିକ୍ତ ଡାଟା ଏଣ୍ଟ୍ରି ଅପେରଟର) ଙ୍କୁ ମାଡି ବସିଲା ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ । ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ଗ୍ରାମର ଜଣେ ଆଦିବାସୀ ପ୍ରଫୁଲ୍ଲ କୁମାର ଶବର ଅନ୍ତୋଦୟ ଯୋଜନାରେ ଏକ ଆବାସ ପାଇବା ପାଇଁ ଆବେଦନ କରିଥିଲେ କିନ୍ତୁ ହିତାଧିକାରୀ ଭାବେ ସେ ଆବାସ ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ତାଙ୍କୁ ଉକ୍ତ ଯୋଜନାରେ ଆବାସ ଟଙ୍କା ଦେବା ପାଇଁ ଲାଞ୍ଚ ଦାବି କରି ବାରମ୍ବାର ବ୍ଲକକୁ ଦୌଡ଼ାଇ ହଇରାଣ ହରକତ କରଥିଲେ ବ୍ଲକ ଏଡିଇଓ ଏଲ.ରାକେଶ ସାହୁ । ଏ ସମ୍ପର୍କରେ ପ୍ରଫୁଲ୍ଲ ଜିଲ୍ଲା ଭିଜିଲାନ୍ସକୁ ଜଣାଇଥିଲେ ଏବଂ ପୂର୍ବ ଯୋଜନା ଅନୁଯାଇ ବାଲୁଗାଁ ଗାନ୍ଧୀ ଛକ ଠାରେ ପ୍ରଫୁଲ୍ଲ ରାକେଶଙ୍କ ଠାରୁ ରାସାୟନିକ ବୋଳା ବାର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଖୋର୍ଦ୍ଧା ଭିଜିଲାନ୍ସ । ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିବା ସହିତ ଅଧିକ ତଦନ୍ତ ଜାରିରହିଛି ।