ଭିତରକନିକାରେ ବଢିଲା କୁମ୍ଭୀର ସଂଖ୍ୟା
ରାଜନଗର : ଭିତରକନିକାରେ ବଢିଲା କୁମ୍ଭୀର ସଂଖ୍ୟା । ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି । ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ଗତବର୍ଷ ଅପେକ୍ଷା ଚିଳତ ବର୍ଷ ୩୨ଟି କୁମ୍ଭୀର ଅଧିକ ଥିବା ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା ।
Samir Kumar Rout