ଭିିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା : ହତ୍ୟାକାଣ୍ଡ ନୁହେଁ ବୋଲି କହିଲେ ହାଇକୋର୍ଟ
କଟକ : ବହୁ ଚର୍ଚ୍ଚିତ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଆସିଛି ହାଇକୋର୍ଟଙ୍କ ଶୁଣାଣି। ହାଇକୋର୍ଟ ଏହା ହତ୍ୟାକାଣ୍ଡ ନୁହେଁ ବୋଲି କହିବା ସହ ଘଟଣାରେ ଗିରଫ ପୁରୁଷ ବନ୍ଧୁ ପ୍ରିତିମାନ ଦେଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ଦର୍ଶାଇ କୋର୍ଟରେ ତଥ୍ୟ ରଖିଥିଲେ। ପରବର୍ତୀ ସମୟରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି କୁହାଯିବା ସହ ପୁନଃ ତଦନ୍ତ ନିମନେ୍ନ୍ତ ହାଇକୋର୍ଟରେ ଆବେଦନ ହୋଇଥିଲା।