ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

 ଧର୍ମଶାଳା: ବାଲିସାହି ବ୍ରାହ୍ମଣୀ ଦେବୀ ହାଇସ୍କୁଲରେ ବ୍ଲକ୍ର ଦ୍ୱିତୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯାଜପୁର ଓ ଧର୍ମଶାଳା ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ବ୍ଲକ୍ର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ପହଞ୍ଚି ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ଶିବିରରେ ୩୪୦ଜଣ ଭିନ୍ନକ୍ଷମ ବ୍ୟକ୍ତି ନିଜର ନାମ ପଞ୍ଜିକରଣ କରିଛନ୍ତି । ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ବେହେରା, ଜୁନିଅର ଅସିଷ୍ଟାଣ୍ଡ ରାଜଲକ୍ଷ୍ମୀ ମହାପାତ୍ର ପ୍ରୋଗ୍ରାମ ସହାୟକ ତାପସ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବିଭାଗର ୫ଜଣ ଅଭିଜ୍ଞ ଡାକ୍ତର ଓ ୫ଜଣ ସହାୟକ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ଚିହ୍ନଟ କରିଥିଲେ ।ସମସ୍ତ ଭିନ୍ନକ୍ଷମଙ୍କୁ ଶିବିରକୁ ଆଣିବା ଏବଂ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ଅନଲାଇନରେ ନିଜର ଭିନ୍ନକ୍ଷମ ପ୍ରମାଣପତ୍ର ଆବେଦନ କରିବା ପରେ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆଯିବ ।