କୁଆଁଶ ମଙ୍ଗଳାଙ୍କ ମହାଯଜ୍ଞ ପାଇଁ କଳସ ଯାତ୍ରା

 ପାଣିକୋଇଲି: କୋରେଇ ବ୍ଲକ ପଥରପଦା ପଞ୍ଚାୟତର ନୁଆପଦା ଗ୍ରାମର ଆଦିଶକ୍ତି ମା’କୁଆଁଶ ମଙ୍ଗଳାଙ୍କର ୪୬ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶୁଭାଧିବାସ ପରେ ବୈତରଣୀ ନଦୀର ଲିଙ୍ଗେଶ୍ୱର ଘାଟରୁ ନାମ ସଂକୀର୍ତନ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭଯାତ୍ରାରେ ନୁଆପଦା ସମେତ ଓଉପଦା, ଆଲିଆ, ଧନପୁର, ଚାନ୍ଦପୁର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମୁଖ୍ୟକର୍ତା ଭାବେ ଉଦୟନାଥ ରାଉତ, ବିମ୍ବାଧର ଭୂୟାଁ, ଗଦାଧର ମହାନ୍ତି, ଭାଗିରଥି ଭୂୟାଁ, ରବିନ୍ଦ୍ର ବଳ ଯଜ୍ଞକଳସ ସ୍ଥାପନ କରିଥିଲେ । ପଣ୍ଡିତ ଭାବେ ରବିନାରାୟଣ ପଣ୍ଡା ଓ ରଘୁନାଥ ପାଢୀ ଯୋଗ ଦେଇଥିଲେ । ଇତ୍ୟବସରରେ ଗୋପୂଜା, ସୂର୍ଯ୍ୟପୁଜା,ଷୋଡ଼ଶ ଉପଚାର ପୂଜା.ଚଣ୍ଡିପାଠ, ନାମଯଜ୍ଞ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆସନ୍ତା ୧୫ ତାରିଖ ଦିନ ପୂର୍ଣାହୁତି ହେବ । ମନ୍ଦିରର ପରିଚାନା କମିଟିର ଜଗବନ୍ଧୁ ବୋଇତାଇ, ନରେଶ ବେହେରା, ମନୋରଂଜନ ସ୍ୱାଇଁ, ନନ୍ଦ କିଶୋର ଓଝା, ଗୟାଧର ସ୍ୱାଇଁ, ସୁରେଶ ଦାସ, ସୋମନାଥ ବଳ, ଦେବାଶିଷ ଦାସ, ବିରଜା ମହାନ୍ତି, ସତ୍ୟବ୍ରତ ପଲାଇଙ୍କ ସମେତ ଗ୍ରାମର ସମସ୍ତ ବ୍ୟକ୍ତି ସହଯୋଗ କରୁଛନ୍ତି ।