ଭୂତ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା!

 ବିଞ୍ଝାରପୁର : ଭତ୍ତା ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କିନ୍ତୁ ବିଞ୍ଝାରପୁର ବ୍ଲକ୍ରେ ଅନିୟମିତତା ବନ୍ଦ ହେବାର ନା ଗନ୍ଧ ଧରୁନି । ଭାବନରେ ଅନିୟମିତତା ପାଇଁ ବିଞ୍ଝାରପୁର ବ୍ଲକ୍ ଚର୍ଚ୍ଚାରେ ଯେଭଳି ପୂର୍ବରୁ ଥିଲା ଏବେବି ରହିଛି ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଭେଣ୍ଡିଆଙ୍କୁ ଭି୍ିା ଆଉ ଉପଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲିଆତି କରାଯାଇ ପାଖାପାଖି ୯୦ଲକ୍ଷ ଟଙ୍କାର ଅନିୟମିତତା କଥା ଉଠିଥିଲା ଆଉ ପଡିଥିଲା । ତେବେ ଭତ୍ତା ଅନିୟମିତତା ବିଞ୍ଝାରପୁର ବ୍ଲକର ପିଛା ଛାଡୁନି ।  ଏବେବି ଅନେକ ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଥିବା ଅଭିଯୋଗ ଆସିଛି । ବିଭିନ୍ନ ପଞ୍ଚାୟତରେ ଚାଲିଥିବା ସାମାଜିକ ସମୀକ୍ଷା ଗ୍ରାମ ସଭାରେ ଏଭଳି କିଛି ତଥ୍ୟ ଆସୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଭିନ୍ନ ପଞ୍ଚାୟତରେ ଚାଲିଥିବା ସାମାଜିକ ସମୀକ୍ଷାରେ ଅନଲାଇନ୍ ଡାଟାବେଶରେ ନା ନଥିବା ଲୋକଙ୍କୁ ଭତ୍ତା ମିଳୁଥିବା ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ କେତେକ ସ୍ଥାନରେ କେନ୍ଦ୍ରୀୟ ଯୋଜନାରେ ମୃତ ବ୍ୟକ୍ତଙ୍କ ଖାତାକୁ ଭତ୍ତା ଟଙ୍କା ଯାଉଛି । ମୃତ ବ୍ୟକ୍ତିଙ୍କ ଆକାଉଣ୍ଟକୁ କିଭଳି ଟଙ୍କା ଯାଉଛି ସେ ନେଇ ବ୍ଲକ ପ୍ରଶାସନ ନିକଟରେ କୌଣସି ଖବର ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।