ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ

ପୁରୀ:- ଭୋଟର ପରିଚୟ ପତ୍ର ମତଦାନ ସହ ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ତେଣୁ ପ୍ରତ୍ୟେକ ସଚେତନ ହୋଇ ନିଜର ସଠିକ ଭୋଟର ପରିଚୟ ପ୍ରସ୍ତୁତରେ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ ମୁକ୍ତାକାଶ ରଙ୍ଗମଂଚ ଠାରେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଚଳିତ ବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଅକ୍ଟୋବର ୨୯ ତାରିଖ ଠାରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିଛି । ୧ ଜାନୁଆରୀ ୨୦୨୫ କୁ ଯେଉଁ ମାନଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ ବର୍ଷ ହେଉଛି ସେମାନେ ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ କିମ୍ବା ବି ଏଲ ଓ ଙ୍କ ମାଧ୍ୟମରେ ଭୋଟର ତାଲିକାରେ ସାମିଲ ପାଇଁ ଫର୍ମ ନମ୍ବର ୬ ରେ ଆବେଦନ କରିପାରିବେ । ସେହିପରି ମୃତ୍ୟୁ ଇତ୍ୟାଦି କ୍ଷେତ୍ରରେ ୭ ନମ୍ବର ଫର୍ମ ରେ ବାଦ, ୮ ନମ୍ବର ଫର୍ମରେ ନାମ, ତଥ୍ୟ, ଫଟୋ ଠିକଣା ଇତ୍ୟାଦି ସଂଶୋଧନ ପାଇଁ ଆବେଦନ କରିପାରିବେ । ପ୍ରତିଟି ଭୋଟ ମୂଲ୍ୟବାନ । ତେଣୁ ନିର୍ବାଚନ ସମୟରେ ପ୍ରତ୍ୟେକ ଭୋଟର ମତଦାନ କରିବାକୁ ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ମତଦାତାଙ୍କ ମତଦାନ ଗଣତନ୍ତ୍ରକୁ ସୁଦୃଢ କରିଥାଏ । ତେଣୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକାରେ ନିଜ ନାମକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ମତ ଦେଇଥିଲେ । ନିର୍ବାଚନ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ସହ ଭୋଟର ତାଲିକା ସଂଶୋଧନର ଲକ୍ଷ୍ୟ, ଉଦେ୍ଦଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ସୂଚନା ଓ ଲୋକ ସମ୍ପର୍କ ଉପ ନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ମେଡ଼ିକାଲ ଛକ ଠାରୁ ବାହାରି ମୁକ୍ତାକାଶ ରଙ୍ଗମଂଚ ପର୍ଯ୍ୟନ୍ତ ପହଂଚି ଥିଲା । ଏହି ଅବସରରେ ଝୋଟି ମୁରୁଜ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ସଂଶୋଧନ କାର୍ଯ୍ୟକ୍ରମ ଚଳିତ ମାସ ୨୯ ତାରିଖରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନଭେମ୍ବର ମାସ ୨,୧୦,୧୬ ଓ ୨୪ ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି ।