ଭ୍ରମରବର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତର ମା’ ତାରିଣୀ ଯାତ୍ରା କମିଟି ପକ୍ଷରୁ ସ୍ୱର୍ଗତ ଭ୍ରବରବର ଦାସଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଏହି ଉଦେ୍ଦଶ୍ୟରେ ଆୟୋଜିତ ସ୍ମୃତି·ରଣ ସଭାରେ ଅତିଥିମାନେ ଯୋଗଦେଇ ସ୍ୱର୍ଗତ ଭ୍ରମରବର ଦାସ ଜଣେ ଭଲ ମଣିଷ ଥିଲେ ବୋଲି ମତପୋଷଣ କରିଥିଲେ । ଜଣେ ସରଳ, ନିଷ୍କପଟ, ନ୍ୟାୟବନ୍ତ ଓ ପରୋପକାରୀ ମଣିଷ ଭାବେ ଭ୍ରମରବର ବେଶ ପରିଚିତ ଥିଲେ । ସିନେ୍ଦାଳ ଲକ୍ଷ୍ମୀନାରାୟଣ ମନ୍ଦିରର ସଭାପତି ଭାବେ ଗୁରୁଦାୟିତ୍ୱ ନିର୍ବାହ କରିଥିଲେ ଏବଂ ଅଞ୍ଚଳ ମଧ୍ୟରେ ଭାଇ·ରା ସମ୍ପର୍କ ରଖିବା ଲକ୍ଷ୍ୟରେ ମା’ ତାରିଣୀ ଯାତ୍ରା କମିଟିର ସଭାପତି ଭାବେ କାର୍ଯ୍ୟ କରିଥିଲେ । କବି ରବି କୁମାରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସ୍ମୃତିି·ରଣ ସଭାରେ ପୂର୍ବତନ ସରପଞ୍ଚ ମୀନକେତନ ସେନାପତି, ସମାଜସେବୀ ରବିନ୍ଦ୍ର ଦାସ, ଶିକ୍ଷାବିତ୍ ଦେବକୁମାର ଦାସ, ବିପ୍ଳବ କୁମାର ପହି, ସୁବାଶ ଚନ୍ଦ୍ର ଦାସ ଓ କୃପାସିନ୍ଧୁ ମହାନ୍ତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଭ୍ରମରବର ଦାସଙ୍କ ସ୍ମୃତି·ରଣ କରିଥିଲେ । ଅଶ୍ୱନୀ କୁମାର ମଲ୍ଲିକ, ପ୍ରକାଶ ନାୟକ, ରବିନ୍ଦ୍ର ପାଣି, ଲକ୍ଷ୍ମୀଧର ସେନାପତି, ମନୋଜ ସାହୁ, ସୁଧାକର ଜେନା, ବାବୁଲୀ ଦାସ, ଅନାଦି ବେହେରା, ରବିନ୍ଦ୍ର କରଣ ଓ ବାଇଧର ଜେନା ପ୍ରମୁଖ ଯୋଗଦେଇ ସ୍ମୃତି·ରଣ କରିଥିଲେ ।